ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ପହଂଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା !

36

କନକ ବ୍ୟୁରୋ : ଦିଲ୍ଲୀ ଏମ୍ସ ହସ୍ପିଟାଲରେ ପହଂଚିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ ପାଇଁ ପ୍ରତାପ ଜେନା ଏମ୍ସରେ ପହଂଚିଛନ୍ତି । ଜଗା ବଳିଆଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଭେଟି ସେମାନଙ୍କ ଆଗାମୀ ଚିକିତ୍ସା ବାବଦରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅସ୍ତ୍ରୋପଚାର ଦ୍ୱାରା ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଅଲଗା କରାଯିବା ପରେ ଉଭୟ ଶିଶୁ ଆଇସିୟୁରେ ଅଛନ୍ତି । ବର୍ତମାନ ସେମାନଙ୍କ ଅବସ୍ଥା ସ୍ଥିର ରହିଛି । ତେବେ ଆଜି ଜଗା-ବଳିଆଙ୍କୁ ଆଇସିୟୁ ବାହାରୁ ଦେଖିଛନ୍ତି ତାଙ୍କ ମା’ ।