କଞ୍ଚାଲଙ୍କାରେ ବିଭିନ୍ନ ପ୍ରକାରରର ପୋଷକ ତତ୍ତ୍ୱ ଯଥା ଭିଟାମିନ ଏ , ବି୬, ଆଇରନ ,ଫାଇବର , ପୋଟାସିୟମ, ପ୍ରୋଟିନ , କାର୍ବୋହାଇଡ୍ରେଟ ଆଦି ଭରପୁର ଥାଏ । କଞ୍ଚାଲଙ୍କାକୁ ଆମେ ସାଧାରଣତଃ ଖାଦ୍ୟର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରିଥାଉ । କିନ୍ତୁ ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡିଛି କଞ୍ଚାଲଙ୍କା ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ ।
Kanak News is now on WhatsApp
Join and get latest news updates delivered to you via WhatsApp
୧- କଞ୍ଚାଲଙ୍କାରେ ଭିଟାମିନ ସି ର ମାତ୍ରା ପର୍ଯ୍ୟାପ୍ତ ପରିମାଣର ଥାଏ । କଞ୍ଚାଲଙ୍କା ଏକ ଉତ୍ତମ ଆଣ୍ଟିଅକ୍ସିଡାଣ୍ଟ । କଞ୍ଚାଲଙ୍କାରେ ଫାଇବାରର ମାତ୍ରା ଅଧିକ ଥାଏ ଯାହା ହଜମ କରିବାରେ ସାହାଯ୍ୟ କରିଥାଏ ।
୨- ଭିଟାମିନ ଏ ରେ ଭରପୁର କଞ୍ଚାଲଙ୍କା, ଆଖି ଓ ତ୍ୱଚା ପାଇଁ ଅଧିକ ହିତକର ସ୍ୱାସ୍ଥ୍ୟପ୍ରଦ ଅଟେ ।
୩- ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି କଞ୍ଚାଲଙ୍କା ବ୍ଲଡ ସୁଗାରକୁ କମ କରିବାରେ ସାହାଯ୍ୟ କରିଥାଏ ।
୪- ଫୁସଫୁସ କର୍କଟ ପାଇଁ ମଧ୍ୟ କଞ୍ଚାଲଙ୍କା ହିତକର ସାବ୍ୟସ୍ତ ହୋଇଥାଏ ।
୫- ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଭରପୁର ଥାଏ ଯାହାଦ୍ୱାରା ଶରୀରକୁ ବ୍ୟାକ୍ଟେରିଆରୁ ରକ୍ଷା କରିଥାଏ । ଏହାସହ କଞ୍ଚାଲଙ୍କା ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକାରୀ ଶକ୍ତି ବଢିଥାଏ ।