ସଫଳ ହେଲା ୬ ଘଣ୍ଟାର ଅପରେସନ ! ପାଇପ୍ ଲାଇନରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଗଲା କଟକ ବଡ଼ ଡ଼ାକ୍ତରଖାନା

33

କନକ ବ୍ୟୁରୋ : ଦୀର୍ଘ ୬ ଘଣ୍ଟା ପରେ ଉଦ୍ଧାର ହେଲେ ପାଇପ୍ ଲାଇନ ଶ୍ରମିକ ପ୍ରାଣକୃଷ୍ଣ । କଟକ ପୁଲିସ୍ ସିଗନାଲ ମୁଖ୍ୟାଳୟ ନିକଟରେ ପାଇପ ଲାଇନରେ ଫଶିରହିଥିବା ପ୍ରାଣକୃଷ୍ଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଓଡ଼୍ରାଫ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦୀର୍ଘ ୬ ଘଣ୍ଟାର ନନଷ୍ଟପ ଅପରେସନ ପରେ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରାଯାଇଛି । ପାଇପ୍ ଲାଇନ ଭିତରକୁ ଦଉଡ଼ି ପକାଇ ପ୍ରାଣକୃ୍ଷ୍ଣଙ୍କୁ ବାହାରକୁ ଅଣାଯାଇଛି ।

ଘଟଣାସ୍ଥଳରେ ପ୍ରାଣକୃଷ୍ଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଦୁଇ ଜଣ ଡାକ୍ତର ଉପସ୍ଥିିତ ରହିଛନ୍ତି । ତେବେ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର ପରେ ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ କଟକ ବଡ଼ ମେଡ଼ିକାଲକୁ ନିଆଯାଇଛି । ଘଟଣାସ୍ଥଳରେ ଜିଲ୍ଲାପାଳଙ୍କ ସମେତ ସିଏମସି କମିଶନର ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ଶ୍ରମିକ ଜଣକ ପାଇପ ଭିତରେ କେମିତି ଫସିଲେ ତାହା ଜଣାପଡ଼ିନଥିବା ବେଳେ ପାଇପ ସଫା କରୁଥିବା ବେଳେ ସେ ଫସିଯାଇଥିବା ଅନୁମାନ କରାଯାଉଛି ।