ଚିରିଲା ନବୀନଙ୍କ ପୋଷ୍ଟର ! ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ପଦକ୍ଷେପ ନେଲା ପ୍ରଶାସନ

23

କନକ ବ୍ୟୁରୋ : ପ୍ରଶାସନ ଚିରିଲା ନବୀନଙ୍କ ପୋଷ୍ଟର । ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଫଟୋ ଓ ଶଙ୍ଖ ଚିହ୍ନ ଥିବା ପୋଷ୍ଟରକୁ ପ୍ରଶାସନ ପକ୍ଷରୁ ଚିରାଯାଇଛି । କାକଟପୁର ନିର୍ବାଚନ ମଣ୍ଡଳୀରେ ଏହି ଘଟଣା ଘଟିଛି । ଶାସକ ବିଜେଡି ପକ୍ଷରୁ ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ନେଇ ପଦକ୍ଷେପ ନେଇଛି ପ୍ରଶାସନ । ପ୍ରଶାସନିକ ଅଧିକାରୀ ମାନେ ସେଠାରେ ପହଂଚି ପୁରା ହୋଡିଂକୁ ଚିରି ଦେଇଥିଲେ ।

ଏହି ହୋଡିଂରେ ସରପଂଚ ଓ ସମିତି ସଭ୍ୟଙ୍କ ପାଇଁ ଶଙ୍ଖ ଚିହ୍ନ ବ୍ୟାନରରେ ଭୋଟ ମଗାଯାଇଛି । ଏମାନେ ଦଳୀୟ ପ୍ରାର୍ଥୀ ହୋଇଥିବାରୁ ଏଭଳି ବ୍ୟାନର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବା ନେଇ ଅଭିଯୋଗ ଆସିଥିଲା । କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ ତାଙ୍କ ନିର୍ବାଚନ ବ୍ୟାନରରେ ଦଳୀୟ ଚିହ୍ନ ଶଙ୍ଖ ଚିହ୍ନ ଲଗାଇ ତାଙ୍କ ସମର୍ଥୀତ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ନିବେଦନ କରିଥିଲେ । ଅଭିଯୋଗ ଆସିବା ପରେ କାକଟପୁର ବିଡିଓ, ତହସିଲଦାର ଓ ୩ ପ୍ଲାଟୁନ ଫୋର୍ସ ନେଇ ବିଭିନ୍ନ ସ୍ଥାନରେ ଏହି ପ୍ରକାର ବ୍ୟାନରଙ୍କୁ ଚିରି ଦିଆଯାଇଛି ।

ଦେଖନ୍ତୁୁ ଏହି ଭିଡିଓ :