ଐଶ୍ଚର୍ଯ୍ୟାଙ୍କୁ ମା’ କହୁଥିବା ୨୯ ବର୍ଷୀୟ ବ୍ୟକ୍ତିଙ୍କୁ ନେଇ ହେଲା ବଡ଼ ଖୁଲାସା ! ସାମ୍ନାକୁ ଆସିଲା ସତ୍ୟ

39

କିଛି ଦିନ ପୂର୍ବରୁ ନୀଳନୟନା ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କୁ ନିଜର ମା’ ବୋଲି ଦାବି କରିଥିଲେ ଜଣେ ଯୁବକ । ଆଉ ଏନେଇ ବଲିଉଡ଼ରେ ସୃଷ୍ଟି ହୋଇଥିଲା ଝଡ଼ । ତବେ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କୁ ଉଠିଥିବା ବିବାଦରେ ଏକ ନୂଆ ମୋଡ଼ ଆସିଥିବା ଆସିଛି । ଯାହାକି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି । ଆନ୍ଧ୍ରପ୍ରଦେଶର ସନ୍ଦୀପ ନାମକ ଜଣେ ୨୯ ବର୍ଷୀୟ ଯୁବକ ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ନାଁରେ ଏକ ଆଣିଥିଲେ ସଙ୍ଗୀନ ଅଭିଯୋଗ । ସନ୍ଦୀପଙ୍କ କହିବା ଅନୁସାରେ ୧୯୮୮ରେ ଐଶ୍ଚର୍ଯ୍ୟା ଆଇଭିଏଫ ଟେକ୍ନୋଲଜି ଜରିଆରେ ତାଙ୍କୁ ଜନ୍ମ ଦେଇଥିଲେ । କିନ୍ତୁ ଏହାକୁ ନେଇ ଆଉ ଏକ ସତ୍ୟ ସାମ୍ନାକୁ ଆସିଛି । ତେବେ ସନ୍ଦୀପଙ୍କ ପ୍ରକୃତ ନାମ ସନ୍ଦୀପ ନୁହେଁ ବରଂ ଆଦିରେଡ୍ଡୀ ସନ୍ଦୀପ ।

ପୋଲିସର କହିବା ଅନୁସାରେ ଯଦି ଐଶ୍ଚର୍ଯ୍ୟା ତାଙ୍କ ନାଁରେ ଅଭିଯୋଗ କରନ୍ତି ତେବେ ସେ ଫସି ପାରନ୍ତି । ପୋଲିସ ଇନ୍ସପେକ୍ଟରଙ୍କ କହିବା ଅନୁସାରେ ଐାଶ୍ଚର୍ଯ୍ୟା ଅଭିଯୋଗ କରିବା ମାତ୍ରେ ସେ ତୁରନ୍ତ ପଦକ୍ଷେପ ନେବେ । ତେବେ ଆଉ ଏକ ଖବର ସାମ୍ନାକୁ ଆସିଛି ଯେ ଏହା ପୂର୍ବରୁ ସନ୍ଦୀପ ନିଜକୁ ଏଆର ରେହମନଙ୍କ ଶିଷ୍ୟ ବୋଲି ଦାବି କରୁଥିଲେ । ପୋଲିସର କହିବା ଅନୁସାରେ ଯଦିି ସେ ମାନସିକ ସ୍ତରରେ ଅସୁସ୍ଥ ବୋଲି ପ୍ରମାଣିତ ହୁଅନ୍ତି ତେବେ, ଏହା ବିରୁଦ୍ଧରେ ହେବାକୁ ଥିବା ତଦନ୍ତ ଅସଫଳ ହୋଇପାରେ ।

ବିଶାଖାପାଟଣାର ସରକାରୀ ଚିକିତ୍ସାଳୟର ମାନସିକ ରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଗ୍ରାଡ଼ିଓସିଟିରେ ପୀଡ଼ିତ ଲୋକମାନେ ପ୍ରାୟତଃ ଏହିଭଳି । ସୂଚନା ଅନୁସାରେ ସନ୍ଦୀପ ଭଲ ପାଠ ପଢ଼ନ୍ତି କିନ୍ତୁ ସେ ଅତ୍ୟଧିକ ମଦ୍ୟପାନ କରିବାରେ ଅଭ୍ୟସ୍ତ । ତେବେ ସନ୍ଦୀପ କୁହନ୍ତି ଐଶ୍ଚର୍ଯ୍ୟା ମିସ୍ ୱାଲ୍ଡ଼ ଟାଇଟଲ ଜିତିବାର ୬ ବର୍ଷ ର୍ପୂବରୁ ଅର୍ଥାତ୍ ୧୫ ବର୍ଷ ବୟସରେ ଆଇଭିଏଫ ଟେକ୍ନୋଲଜି ଜରିଆରେ ତାଙ୍କୁ ଲଣ୍ଡନରେ ଜନ୍ମ ଦେଇଥିଲେ ।