୩୧ ଜୁଲାଇ ଭିତରେ ବଦଳାନ୍ତୁ ପିଏନବି ଡେବିଟ୍ କାର୍ଡ ! ନଚେତ୍ ହୋଇଯିବ ବ୍ଲକ୍

25

ଯଦି ଆପଣ ପଂଜାବ ନ୍ୟାସନାଲ୍ ବ୍ୟାଙ୍କର ଡେବିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ପିଏନବି ନିଜ ଡେବିଟ୍ କାର୍ଡ ବ୍ୟବହାରକାରୀଙ୍କ ପାଇଁ ଖାସ୍ ଏହି ସୂଚନା ଜାରି କରିଛି । ଯଦି ଆପଣଙ୍କ ପାଖରେ ପିଏନବିର ମାଏଷ୍ଟ୍ରୋ ଡେବିଟ୍ କାର୍ଡ ରହିିଛି ତେବେ ତୁରନ୍ତ ବ୍ୟାଙ୍କର ନିକଟତମ ଶାଖାରେ ବଦଳାଇଦିଅନ୍ତୁ । କାରଣ ଜୁଲାଇ ୧ ପରେ ଏହି କାର୍ଡ ବ୍ୟବହାର ଉପଯୋଗୀ ରହିବ ନାହିଁ ।

ମାଏଷ୍ଟ୍ରୋ ଡେବିଟ୍ କାର୍ଡ ବଦଳରେ ଅଧିକ ସୁରକ୍ଷିତ ଇଏମଭି ଚିପ୍ ଯୁକ୍ତ ନୂଆ କାର୍ଡ ନେବା ପାଇଁ ପିଏନବି ନିଜର ଗ୍ରାହକଙ୍କୁ ସୂଚନା ଦେଇଛି । ଏଥିପାଇଁ ୩୧ ଜୁଲାଇ ପର୍ଯ୍ୟନ୍ତ ସମୟସୀମା ରଖିଛି ବ୍ୟାଙ୍କ୍ । ଯଦି ଏହି ସମୟ ମଧ୍ୟରେ କେହି କାର୍ଡ ନବଦଳାନ୍ତି ତେବେ ୩୧ ଜୁଲାଇ ପରେ ଏହା ବ୍ଲକ୍ ହୋଇଯିବ ।