ଦ୍ୱିତୀୟ ଇନିଂସ୍ ଆରମ୍ଭ କରିବେ ମୋଦି : ଆଜି ମା’ଙ୍କୁ ଭେଟି ନେବେ ଆଶିର୍ବାଦ

125

କନକ ବ୍ୟୁରୋ : ପ୍ରଚଣ୍ଡ ବହୁମତରେ ଶାସନ ଗାଦିକୁ ଫେରିଛନ୍ତି ନରେନ୍ଦ୍ର ମୋଦି । ଦ୍ୱିତୀୟ ଇଂନିସ୍ ଆରମ୍ଭ କରିବା ପାଇଁ ଯାଉଛନ୍ତି ନରେନ୍ଦ୍ର ମୋଦି । ଲେକାସଭା ନିର୍ବାଚନରେ ଏନଡ଼ିଏକୁ ବହୁମତ ମିଳିଛି । ସାରା ଦେଶରେ ମୋଦି ଲେହେର । ପ୍ରଚଣ୍ଡ ବହୁମତରେ ବାଜିମାତ୍ କରିଛି ଏନଡ଼ିଏ । ଆସନ୍ତା ୩୦ ତାରିଖରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଲୋକସଭା ନିର୍ବାଚନରେ ବମ୍ପର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟ ଯାଇ ମା’ଙ୍କୁ ଭେଟି ଆଶିର୍ବାଦ ନେବେ । ସ୍ଥାନୀୟ ପ୍ରଶାସନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ କଡ଼ାକଡ଼ି ପ୍ରସ୍ତୁତି କରୁଛି ।

ତେବେ ଏହା ପ୍ରଥମ ଥର ନୁହେଁ ପୂର୍ବରୁ ୨୦୧୪ ନିର୍ବାଚନରେ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦି ମା’ଙ୍କୁ ଭେଟିବା ପାଇଁ ଗୁଜରାଟ ଯାଇଥିଲେ । ଚଳିତ ନିର୍ବାଚନରେ ମତଦାନ ପୂର୍ବରୁ ମଧ୍ୟ ମା’ଙ୍କୁ ଭେଟିଥିଲେ ପ୍ରଧାନମନ୍ତ୍ରୀ । ମା’ଙ୍କୁ ଭେଟିବା ପରେ ଆସନ୍ତାକାଲି କାଶୀ ବିଶ୍ବନାଥ ମନ୍ଦିର ଯିବେ ମୋଦି । ସେଠାରେ କାଶୀ ବିଶ୍ୱନାଥଙ୍କ ପୂଜାର୍ଚ୍ଚନା କରିବେ । ପୂଜାର୍ଚ୍ଚନା ପରେ ଲାଲପୁର ଅଂଚଳରେ ଟ୍ରେଡ଼୍ ଫେସିଲିଟେସନ୍ ସେଂଟର ଯିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ ଗତକାଲି ସଂଧ୍ୟାରେ ଏନଡିଏ ସଂସଦୀୟ ଦଳ ବୈଠକରେ ମୋଦିଙ୍କୁ ନେତା ଚୟନ କରାଯାଇଥିଲା । ଶୀରୋମଣି ଅକାଳି ଦଳ ମୁଖ୍ୟ ପ୍ରକାଶ ସିଂ ବାଦଲ ମୋଦିଙ୍କ ନାଁ ପ୍ରସ୍ତାବ ଦେଇଥିବାବେଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତିଶ କୁମାର ଏହି ପ୍ରସ୍ତାବର ସମର୍ଥନ କରିଥିଲେ ।