ପଶ୍ଚିମବଙ୍ଗରେ ଅଭାବନୀୟ ଘଟଣା : ଅଣ୍ଡା ମାଗିବାରୁ ୪ ବର୍ଷୀୟ ଶିଶୁ ଉପରେ ଢ଼ାଳିଦେଲେ ଗରମ ଖେଚୁଡି 

284

ପଶ୍ଚିମବଙ୍ଗରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ସରକାରଙ୍କ ଦ୍ୱାରା ସହାୟତା ପ୍ରାପ୍ତ ବାଳ ବିକାଶ କେନ୍ଦ୍ରରେ ଏକ ମହିଳା କର୍ମଚାରୀ ୪ବର୍ଷୀୟ ଶିଶୁ ଉପରେ ଗରମ ଖେଚୁଡି ଢ଼ାଳି ଦେଇଛନ୍ତି । ଶିଶୁ ଜଣକ ଜଳଖିଆରେ ଅଧିକ ଅଣ୍ଡା ମାଗୁଥିଲା । ସେଥିପାଇଁ ତା’ ଉପରେ ଗରମ ଖେଚୁଡି ଢ଼ାଳି ଦେଇଥିବା ସୂଚନା ମିଳିଛି । ଏହି ଘଟଣା ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର ରଘୁନାଥଗଞ୍ଜ ଅଂଚଳର ।

ସୂଚନାଯୋଗ୍ୟ, ଏହି ଘଟଣା ଖିଦିରପୁର ଗାଁର ସମନ୍ୱିତ ବାଳ ବିକାଶ ଯୋଜନା ଅଧିନରେ ୬ ବର୍ଷରୁ କମ୍ ଶିଶୁଙ୍କୁ ପୋଷକ ଆହାର ପ୍ରଦାନ କରାଯାଏ । ଏହା ବ୍ୟତୀତ ସେଠି ତାଙ୍କ ଟିକାକରଣ ଓ ପ୍ରାଥମିକ ମାଧ୍ୟମିକ ଶିକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଏ । ରୋଜଗାର ସୃଜନ ପାଇଁ ଏଠି ପ୍ରଶାସନ ସ୍ଥାନୀୟ ମହିଳାଙ୍କୁ ଏହି ସଂସ୍ଥାରେ କାମ କରିବାକୁ ଟ୍ରେନିଙ୍ଗ ଦିଆଯାଏ । ଏହି ଘଟଣା ପରେ ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାଳ ବିକାଶ କେନ୍ଦ୍ରର ପିଲାଙ୍କ କହିବାନୁସାରେ, ଯେତେବେଳେ ଶିଶୁ ଅଣ୍ଡା ମାଗିଲା, ପ୍ରଥମେ ତାକୁ ମାଡ ମାରିଲେ ଓ ଶରୀରର ପଛ ପଟେ ଗରମ ଖେଚୁଡି ଢ଼ାଳିଦେଲେ ।