ଦିଦିଙ୍କ ଗଡ଼କୁ ଯାଇ ବର୍ଷିଲେ ମୋଦି ! ସିବିଆଇ ବନାମ କୋଲକାତା ପୋଲିସ ପ୍ରସଙ୍ଗରେ ମମତାଙ୍କୁ କଲେ ଟାର୍ଗେଟ ।

185

କନକ ବ୍ୟୁରୋ: ଦିଦିଙ୍କ ଗଡ଼କୁ ଯାଇ ବର୍ଷିଲେ ମୋଦି । ପଶ୍ଚିମବଙ୍ଗ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ମୋଦି ଜଲପାଇଗୁଡ଼ିର ଏକ ସମାବେଶରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । କୋଲକାତା ପୋଲିସ ବନାମ ସିବିଆଇ ବିବାଦ ପରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମମତାଙ୍କ ଗଡରେ ପହଞ୍ଚି କହିଛନ୍ତି ଯେ, ଆଜି ପଶ୍ଚିମବଙ୍ଗରେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏ ଗରିବଙ୍କ ଝାଳବୁହା ଅର୍ଥକୁ ଲୁଟିଥିବା ବ୍ୟକ୍ତିଙ୍କ ସାଥିରେ ଅଛନ୍ତି ।

ଏହାସହ ପଶ୍ଚିମବଙ୍ଗବାସୀ ଯାହାଙ୍କୁ କ୍ଷମତାରେ ବସାଇଛନ୍ତି, ସେମାନେ ରାଜନୀତିକୁ ନିଜର ସଂସ୍କୃତି କରି ନେଇଛନ୍ତି । ବର୍ତ୍ତମାନ ସ୍ଥିତିରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦିଦି ଅଛନ୍ତି, ମାତ୍ର ଦାଦାଗିରି ଆଉ କାହାର ଚାଲିଛି । ଟିମଏସି ସରକାରର ସମସ୍ତ ଯୋଜନା ନାମରେ ମଧ୍ୟସ୍ତ ଓ ଦଲାଲଙ୍କ ଅଧିକାର ରହିଛି । କେବଳ ଏତିକି ନୁହେଁ ପିଏମ ଚିଟଫଣ୍ଡ ଘୋଟାଲାରେ ପ୍ରମାଣ ନଷ୍ଟ କରିବାର ଆରୋପି କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ରକ୍ଷା କରିବା ନେଇ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ହମଲା କରିଛନ୍ତି ମୋଦି ।

ଉତ୍ତର ପଶ୍ଚିମବଙ୍ଗ ସହିତ ମୋର ଖାସ୍ ସଂପର୍କ ରହିଛି । ଏହି ସଂପର୍କ ବିଷୟରେ ଆପଣ ମଧ୍ୟ ଜାଣିଛନ୍ତି, ଏହି ସଂପର୍କ ହେଉଛି ଚା’ର ସଂପର୍କ। ଆପଣ ଚା ଉତ୍ପାଦନୀ ଏବଂ ମୁଁ ଚା ବିକାଳି । ମୋ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଯେ ଚା ବିକାଳି ପ୍ରତି ଦିଦିଙ୍କ ଘୃଣା ଏତେ କାହିଁକି ? ଚିଟଫଣ୍ଡ ଘୋଟାଲାର ଯାଞ୍ଚରେ ଦିଦି ଏତେ ଭୟଭୀତ କାହିଁକି । ମୁଁ ପ୍ରତ୍ୟେକ ପୀଡିତାଙ୍କୁ ବିଶ୍ଵାସ ଦେଉଛି ଯେ ଆପଣଙ୍କୁ ଏହି ସ୍ଥିତିରେ ପହଞ୍ଚାଇଥିବା ଲୋକଙ୍କୁ ଉଚିତ୍ ଦଣ୍ଡ ଦେବାପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ।