ଡିପ୍ରେସନର ଶିକାର ହେଉଛନ୍ତି କି ନାହିଁ କିପରି ଜାଣିବେ ? ଏହି ୬ଟି ଲକ୍ଷଣ କହିବ ଆପଣ ଡିପ୍ରେସନରେ ଅଛନ୍ତି କି ନାହିଁ ।

53

ପୂର୍ବପେକ୍ଷା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତି ବିଷାଦ ବା ଡିପ୍ରେସନର ଶିକାର ହୋଇଥିବାର ଦେଖିବାକୁ ମିଳୁଛି । ସାଧାରଣତଃ ବିଷାଦକୁ ପାଗଳାମି ସହିତ ତୁଳନା କରାଯାଉଥିଲା । ମାତ୍ର ଏବେ ଏହା ଏକ ପ୍ରକାର ରୋଗରେ ପରିଣତ ହୋଇଯାଇଛି । ବିଷାଦ ଯଦିଓ ଏକ ମାନସିକ ସ୍ଥିତି ହୋଇଥାଇପାରେ ତେବେ ଏହାର କିଛି ଶାରୀରିକ ଲକ୍ଷଣ ମଧ୍ୟ ରହିଛି । ମାନସିକ ଲକ୍ଷଣ ସଙ୍ଗେ ସଙ୍ଗେ ଯଦି ଏହାର ଶାରୀରିକ ଲକ୍ଷଣ ଉପରେ ଧ୍ୟାନ ଦିଆଯାଏ ତେବେ ଏହାକୁ ଚିହ୍ନଟ କରିବା ସହିତ ଏହାର ଆଶୁ ଚିକିତ୍ସା କରାଯାଇପାରିବ ।
ବିଷାଦଗ୍ରସ୍ତ ବ୍ୟକ୍ତି ବିଶେଷ ସାଧାରଣତଃ ଚୁପ୍ ଚାପ୍ , ନୀରାଶ ଏବଂ ନକରାତ୍ମକ ଚିନ୍ତାର ବଶବର୍ତ୍ତୀ ହୋଇଥାନ୍ତି । ମାନସିକ ଦୁଃଶ୍ଚିନ୍ତା ସହ ଆନୁବାଂଶିକତା, ଅଧିକ ପରିଶ୍ରମ, ପାରିବାରିକ ସମସ୍ୟା,ଖରାପ ପରିବେଶ ଏବଂ ଏକୁଟିଆ ରହିବା ଆଦି ବିଷାଦ ବା ଡିପ୍ରେସନର ପ୍ରମୁଖ କାରଣ ଅଟେ ।ଯଦି ଏହାକୁ ଦୀର୍ଘ ସମୟ ଧରି ଅଣଦେଖ କରାଯାଏ । ତାହେଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇପାରେ । ତେବେ ଆଜି ଆମେ ଆପଣଙ୍କୁ ଛ’ଟି ମୁଖ୍ୟ ଶାରୀରିକ ଲକ୍ଷଣ ସଂପର୍କରେ ଜଣାଇବୁ ଯାହା ଆପଣଙ୍କ ପାଇଁ ସହାୟକ ହେବ ।
ପିଠିରେ ଯନ୍ତ୍ରଣା
ବିଷାଦ ବା ଡିପ୍ରେସନରେ ଥିବା ଲୋକଙ୍କର ଅଧିକାଂଶ ସମୟରେ ପିଠିରେ ଯନ୍ତ୍ରଣା ହୋଇଥାଏ । ଏହାଦ୍ୱାରା ପିଠିରେ ଥିବା ମାଂସ ପେଶୀ ସଙ୍କୋଚିତ ହେବା ସହ ଅଧିକ ଶକ୍ତ ହୋଇଯାଇ ଥାଏ । ଯାହାଦ୍ୱାରା ଆପଣ ଯନ୍ତ୍ରଣାର ଶିକାର ହୋଇଥାଆନ୍ତି ।
କାନ୍ଧରେ ଯନ୍ତ୍ରଣା ଅନୁଭବ କରିବା
କାନ୍ଧରେ ବାରମ୍ବାର ରକ୍କା ପଶିବା ବା ପବନ ଅଟକି ଯିବା ମଧ୍ୟ ଆପଣ ବିଷାଦ ବା ଡିପ୍ରେସନର ଅନ୍ୟ ଏକ ଲକ୍ଷଣ । ଏହା ମାଂସପେଶୀ ସଙ୍କୁଚିତ ହେବା କାରଣରୁ ହିଁ ହୋଇଥାଏ । ଅଧିକାଂଶ ସମୟରେ ଡିପ୍ରେସନ ପାଇଁ ଉର୍ଦ୍ଦିଷ୍ଟ ବଟିକା ଖାଇବା ଯୋଗୁଁ ମଧ୍ୟ ହୋଇଥାଏ ।
ଓଜନରେ ବୃଦ୍ଧି ଓ ହ୍ରାସ
ବିଷାଦରେ ଜଡିତ ଥିବା ବ୍ୟକ୍ତି ବିଶେଷଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସଂପୂର୍ଣ୍ଣ ରୂପେ ପ୍ରତିଫଳିତ ହୋଇଥାଏ । ଯାହାଦ୍ୱାରା ଅଧିକାଂଶ ସମୟରେ ବ୍ୟକ୍ତିଙ୍କ ଓଜନ ହଠାତ୍ ବୃଦ୍ଧି ପାଇଯିବା ସହ ହ୍ରାସ ପାଇଯିବାର ସମସ୍ୟା ମଧ୍ୟ ଦେଖାଯାଇଥାଏ ।
ଦୁର୍ବଳତା
ଯଦି ଆପଣ ବିଷାଦରେ ଅଛନ୍ତି ତେବେ ଆପଣଙ୍କ ଅଧିକାଂଶ ସମୟରେ ଦୁର୍ବଳତା ଅନୁଭବ କରିଥାନ୍ତି । କୌଣସି କାମ କରିବାକୁ ମନ ଲାଗି ନଥାଏ କି ଫିଜିକାଲ ଫିଟ୍ ନ ଥିବାର ଆପଣ ଅନୁଭବ କରିଥାନ୍ତି ।
ସ୍କିନ ଆଲର୍ଜି
ଯଦି ଆପଣଙ୍କ ଚର୍ମରେ ବିଭିନ୍ନ ସମସ୍ୟା ଦେଖାଯାଏ ଅର୍ଥାତ୍ ଚର୍ମ କୁଣ୍ଡାଇ ହେବା ,ଦେହ ସାରା ଲାଲ ରଙ୍ଗର ଦାଗ ଦେଖାଯିବା ତଥା ଫଳିଯିବା ଏବଂ ଏଥିସହ ଶରୀରରେ ଜଳାପଡା ହେବା ବିଷାଦର ଲକ୍ଷଣ ହୋଇଥାଏ ।
ଦାନ୍ତଗତ ସମସ୍ୟା
ଦାନ୍ତରେ ବାରମ୍ବାର ସମସ୍ୟା ଦେଖାଯିବା ହେଉଛି ଡିପ୍ରେସନର ମୁଖ୍ୟ ଲକ୍ଷଣ । ଡିପ୍ରେସନ ଯୋଗୁଁ ଦାନ୍ତ ବିନ୍ଧା ହେବା ସହ ଦାନ୍ତ ମୂଳରୁ ରକ୍ତସ୍ରାବ ହୋଇଥାଏ ।