ରବିବାର ମିଳିବନି ପେଟ୍ରୋଲ ! ଧମକ ଦେଲା ସଂଘ, ଦାବି ମାନ ନଚେତ …

20

ତୈଳ କମ୍ପାନୀ ମାନଙ୍କର ଲଗାତାର ଅଣଦେଖାରେ ନାରାଜ ହୋଇ ପେଟ୍ରୋଲ ମାଲିକ ସଂଘ ଧମକ ଦେଇଛି ସବୁ ରବିବାର ପେଟ୍ରୋଲ ପମ୍ପ ବନ୍ଦ ରହିବ । ମେ ୧୦ ରୁ ଏପରି କରିବେ ବୋଲିି ସେମାନେ ସଂଘ ଧମକ ଦେଇଛି । ଯଦି ସଂଘ ଏହି ଦାବିରେ ଅଡି ବସନ୍ତି ତେବେ ଗାଡି ଚାଳକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ । ଏପରି ହେଲେ ତୈଳ କମ୍ପାନୀ ଗୁଡିକ ମଧ୍ୟ କୋଟି କୋଟି ଟଙ୍କାର କ୍ଷତି ସହିବେ ବୋଲି ଜଣାପଡିିଛି ।

ଜାନୁୟାରୀରେ ପେଟ୍ରୋଲ ପମ୍ପ ମାଲିକ ସଂଘ ଆନ୍ଦୋଳନରୁ ଓହରିଥିଲେ, ଯେବେ ସରକାରୀ ତୈଳ କମ୍ପାନୀ ସେମାନଙ୍କୁ ଉଚ୍ଚ ଦରରେ କମିଶନ ଦେବା ପାଇଁ ଆଶ୍ୱାସନା ଦେଇଥିଲେ । ଆଶ୍ୱାସନାର ଦେବାର ୪ ମାସ ପରେ ମଧ୍ୟ କିଛି ପଦକ୍ଷେପ ନିଆ ଯାଇନାହିଁ ବୋଲି ସଂଘ ତରଫରୁ ଅଭିଯୋଗ ଆସିଛି । ସଂଘ ଅନୁସାରେ ତେଲ କମ୍ପାନୀ ଗୁଡିକ ମାର୍ଜିନ ଦେଉନାହାନ୍ତି ଯାହାଦ୍ୱାରା ସେମାନଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି ।

ଏଥିରୁ ବଞ୍ଚିବା ପାଇଁ ସଂଘ ସବୁବେଳେ ମାର୍ଜିନ ପାଇଁ ଦାବି କରି ଆସିଛି କିନ୍ତୁ ଏକଥାକୁ ଅଣଦେଖା କରୁଛନ୍ତି କମ୍ପାନୀ । ଏପରିସ୍ଥଳେ କମ୍ପାନୀ ଅପେକ୍ଷା ନକରି ତେଳ ଦର ଆଧାରରେ ଦୈନିକ ମୂଲ୍ୟକୁ ବିଶ୍ୱ ସ୍ତରରେ ବଦଳାଇବା ପାଇଁ ପଦକ୍ଷେପ ନେବ ବୋଲି ଆଶା କରାଯାଉଛି ।