ପ୍ରକୃତିର ନିଆରା ଅବଦାନ ! ପ୍ରାକୃତିକ ଝରଣା, ଯେଉଁଥିରୁ ବାହାରୁଛି ଗରମ ପାଣି

224

କନକ ବ୍ୟୁରୋ : ପ୍ରକୃତିର ନିଆରା ଅବଦାନ । ପ୍ରାକୃତିକ ଝରଣା, ଯେଉଁଥିରୁ ବାହାରୁଛି ଗରମ ପାଣି । ଏମିତି ଏକ ଆଶ୍ଚର୍ଯ୍ୟ ଦେଖିବାକୁ ମିଳେ ତୁର୍କୀରେ । ପାମୁକ୍କାଲେ ନାମରେ ପ୍ରସିଦ୍ଧ ଏହି ଝରଣା ଦେଖିବାକୁ ବେଶ ସୁନ୍ଦର । ଧଳାର ମଖମଲି ପଥରରୁ ପାଖାପାଖି ୧୭ ଟି ଛୋଟ ଛୋଟ ଝରଣା ବହିଥାଏ ଏଠି । ତେବେ ଏହି ସ୍ଥାନ ତୁର୍କୀରେ କଟନ କାଷ୍ଟେଲ୍ ବା ମଖମଲି ଦୁର୍ଗ ନାମରେ ପ୍ରସିଦ୍ଧ ।

କଟନ୍ କାଷ୍ଟେଲ୍ ବା ମଖମଲି ଦୁର୍ଗ । ତୁର୍କୀର ସବୁଠାରୁ ଆକର୍ଷଣୀୟ ସ୍ଥାନ । ଏହା ଏମିତି ଏକ ପ୍ରାକୃତିକ ଝରଣା, ଯେଉଁଥିରୁ ବାହାରିଥାଏ ଗରମ ପାଣି । ଧଳାର ମଖମଲି ପଥର ଦେଇ ବହି ଯାଏ ପ୍ରାକୃତିକ ଜଳ । ଲୋକକଥା ରହିଠି ପ୍ରାଚିନ ଗ୍ରିସ-ରୋମାନ ପବିତ୍ର ସହର ହାଇରାପୋଲିସ୍ ଏହି ଝରଣାର ଠିକ୍ ଉପରେ ରହିଥିଲା । ମାତ୍ର ଏବେ କେବଳ ଏହି କଟନ୍ କାଷ୍ଟେଲ୍ ହିଁ ରହିଯାଇଛି । ଯାହାକୁ ପାମୁକ୍କାଲେ ବୋଲି କୁହାଯାଇଥାଏ ।

ଏହି ପାମୁକ୍କାଲେ, ବା କଟନ କାଷ୍ଟେଲ୍ରେ ଧଳାର ମଖମଲି ପଥର ଲହଢି ଭଙ୍ଗିରେ ପରସ୍ତ ପରସ୍ତ ହୋଇ ରହିଛି । ଏହି ପଥର ଦେଇ ପ୍ରାକୃତି ଜଳ ବହି ଯାଇଥାଏ । ଏହି ଜଳ ବହୁତ ଶୁଦ୍ଧ ଏବଂ ଏଥିରେ ଗାଧୋଇଲେ, ସମସ୍ତ ପ୍ରକାର ଚର୍ମ ରୋଗ ଭଲ ହୋଇଯାଏ । ଏହା ସହିତ ପାମୁକ୍କାଲେରେ ସ୍ନାନ କିରବା ଦ୍ୱାରା ଆଖି ରୋଗ, ଉଚ୍ଚ-ରକ୍ତଚାପ ଭଳି ରୋଗ ମଧ୍ୟ ଭଲ ହୋଇଯାଇଥାଏ । ସେଥିପାଇଁ ଏହି କଟନ କାଷ୍ଟେଲ୍ର ପାଣିକୁ ରୋଗ ନିବାରଣ ଜଳ ବୋଲି ମଧ୍ୟ କୁହାଯାଏ । ପାଣିପାଗରେ ପରିବର୍ତ୍ତନ ହେବା ସହ ଏହାର ତାପମାତ୍ରା ମଧ୍ୟ କମ୍ ବେଶି ହୋଇଥାଏ ।

ତେବେ ଏଥିରେ ବହୁଥିବା ଜଳର ତାପମାତ୍ରା ୩୫ ଡିଗ୍ରୀ ସେଲସିଅସରୁ ୧୦୦ ଡିଗ୍ରୀ ସେଲସିଅସ୍ ପର୍ଯ୍ୟନ୍ତ ଯାଇଥାଏ । ବିଶେଷଜ୍ଞଙ୍କ ମତରେ ଏହି କଟନ କାଷ୍ଟେଲ୍ ତଳେ, ମାନେ ଏହି ଧଳା ପଥର ତଳେ ଲାଭାର ଗତିବିଧି ହେଉଥିବାରୁ ଏଥିରେ ବହୁଥିବା ଝରଣାରୁ ଆପେ ଆପେ ଗରମ ପାଣି ବାହାରି ଥାଏ । ମାପାମୁକ୍କାଲେ ଦେଖିବାକୁ ଯେତିକି ଆକର୍ଷଣୀୟ, ସ୍ୱାସ୍ଥ୍ୟ ପ୍ରତି ସେତିକି ଲାଭ ଦାୟର ଏହାର ଜଳ । ତୁର୍କୀର ଏହା ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ । ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବା ପାଇଁ ଆସିଥାନ୍ତି । ଏହି ଯାଗାର ସ୍ୱତନ୍ତ୍ରତାକୁ ନଜରରେ ରଖି ୟୁନେସ୍କୋ, ୧୯୮୮ ମସିହାରେ ପାମୁକ୍କାଲେ କୁ ୱାର୍ଲ୍ଡ ହେରିଟେଜ୍ ସାଇଟର ମାନ୍ୟତା ଦେଇଛି ।