ଇମରାନ୍ ଖାନଙ୍କ ତୃତୀୟ ବିବାହ ! ନିଜ ଆଧ୍ୟାତ୍ମିକ ଗୁରୁଙ୍କୁ କଲେ ନିଜର ନୂଆ ବେଗମ୍

41

ପାକିସ୍ତାନର ପୂର୍ବତନ ଅଧିନାୟକ ଓ ପାକିସ୍ତାନର ତହରିକ୍-ଏ-ଇନସାଫ୍(ପିଟିଆଇ)ର ମୁଖ୍ୟ ଇମରାନ୍ ଖାନ୍ ପୁଣି ନିଜର ବିବାହକୁ ନେଇ ଚର୍ଚ୍ଚାରେ । ଗୁପ୍ତରେ ଆଉଥରେ କରିଛନ୍ତି ତୃତୀୟ ବିବାହ । ଇମରାନଙ୍କର ନୂଆ ବେଗମ ଆଉ କେହି ତରୁଣୀ ନୁହଁନ୍ତି । ନିଜର ଜଣେ ଆଧ୍ୟାତ୍ମିକ ଗୁରୁ ବୋଲି କୁହାଯାଉଛି । ଯାହାଙ୍କ ପାଖକୁ ସେ ଆଧ୍ୟାତ୍ମିକ ଶିକ୍ଷା ପାଇଁ ଯା’ ଆସ କରୁଥିଲେ ।

ପାକିସ୍ତାନ ମିଡିଆ ଅନୁସାରେ , ଇମରାନ୍ ୧ଜାନୁୟାରୀ ରାତିରେ ଲାହୋରରେ ବିବାହ କରିଛନ୍ତି । ପାର୍ଟିର ଜଣେ ନେତା ତାଙ୍କର ଏହି ନିକାହ ପଢାଇଥିଲେ । ବିବାହ ପରେ , ତାପରଦିନ ସିଧା ସେ ଆତଙ୍କବାଦ ବିରୋଧ କୋର୍ଟରେ ହାଜିର୍ ହୋଇଥିଲେ । ଯେଉଁଠି ତାଙ୍କୁ ୨୦୧୪ର ଏକ ମାମଲାରେ ବେଲ୍ ମିଳିଛି । ନିକାହ ପଢାଇଥିବା ମୁଫତି ସଇଦ ପାର୍ଟିର କୋର୍ କମିଟିର ନେତା ଅଛନ୍ତି । ଦୁଇ ବର୍ଷ ପୂର୍ବେ ଇମରାନ୍ ଯେବେ ରେହମ ଖାନଙ୍କୁ ବିବାହ କରିଥିଲେ , ସେତେବେଳେ ବି ମୁଫତି ନିକାହ ପଢାଇଥିଲେ । ଏବେ ମୁଫତିଙ୍କୁ ଯେତେବେଳେ ଏହି ବିଷୟରେ ମିଡିଆ ପଚାରିଥିଲା ତ ସେ କିଛି କହିବାକୁ ମନାକରିଦେଇଥିଲେ ।

ପାର୍ଟି ସଚିବ ଅନ୍ ଚୌଧୁରୀ ଓ ପାର୍ଟିର ପ୍ରବକ୍ତା ନଇମୁଲ ହକ୍ ମଧ୍ୟ ପାର୍ଟି ପ୍ରମୁଖଙ୍କର ବିବାହ ନେଇ କିଛି କହିବାକୁ ମନାକରିଦେଇଥିଲେ । ପାକିସ୍ତାନ ମିଡିଆ ଦାବୀ କରିଛି କି ଅନ୍ ଚୌଧୁରୀ ମନା କଲେବି , ଏହା ନଶ୍ଚିିତ ଯେ ସେ ବିବାହରେ ଉପସ୍ଥିତ ଥିଲେ । ଅନ୍ କହିଛନ୍ତି ସେ ଏହି ଦିନ ଇମରାନଙ୍କ ସହ ଲାହୋର ଯାଇଥିଲେ । ଇମରାନଙ୍କର ରେହମଙ୍କ ସହ ବିବାହ ସମୟରେ ମଧ୍ୟ ଅନ୍ ଉପସ୍ଥିତ ଥିଲେ । ଇମୁଲ୍ ହକ୍ କହିଛନ୍ତି କି ସେ ୩୫ ବର୍ଷ ହେଲା ଇମରାନଙ୍କର ବ୍ୟକ୍ତିଗତ ମାମଲାର ସାକ୍ଷୀ ଅଟନ୍ତି ।

ରିିପୋର୍ଟ ଅନୁସାରେ ଲାହୋରର ଡିଫେନ୍ସ ହାଉସିଂ ଅଥରିଟିର ସେକ୍ଟର ୱାଇରେ ଇମରାନ୍ ବିବାହ କରିଛନ୍ତି । ବିବାହ ଉତ୍ସବ ଇମରାନଙ୍କ ବନ୍ଧୁ ଓ ତାଙ୍କର ତୃତୀୟ ପତ୍ନୀଙ୍କ ବିଶ୍ୱାସୀ ଲୋକଙ୍କ ଘରେ ହୋଇଛି । ଇମରାନଙ୍କର ନୂଆ ପତ୍ନୀ ଗୁଲବର୍ଗ ୩ରେ ରହୁଛନ୍ତି । ସେ କିଛି ମାସ ପୂର୍ବରୁ ନିଜର ପ୍ରଥମ ବିବାହ ସମ୍ବନ୍ଧ ଭାଂଗିଦେଇଥିଲେ । ସେ ଇମରାନଙ୍କର ତୃତୀୟ ବିବାହ କରିବାକୁ ମନା କରିଥିଲେ ।

ଇମରାନ୍ କିଛି ବର୍ଷ ପୂର୍ବେ ନିଜର ନୂଆ ପତ୍ନୀଙ୍କ ସଂପର୍କରେ ଆଧ୍ୟାତ୍ମ ବିଦ୍ୟା ଶିଖିବା ନେଇ ସଂପର୍କରେ ଆସିଥିଲେ । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ସଂପର୍କ ଏତେ ନିବିଡ ହୋଇଗଲା ଯେ ଏ ସଂପର୍କ ବିବାହରେ ପରିଣତ ହୋଇଯାଇଗଲା । ଇମରାନ୍ ପ୍ରଥମଥର ପାଇଁ ୧୬ମେ’ ୨୦୧୫ରେ ଜେମିମା ଖାନଙ୍କୁ ବିବାହ କରିଥିଲେ । ୯ ବର୍ଷ ପରେ ୨୨ ଜୁନ୍ ୨୦୦୪ରେ ଜେମିମାଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା । ଏହାପରେ ଟିଭି ଆଙ୍କର ରେହମ ଖାନଙ୍କ ସହ ତାଙ୍କର ୮ଜାନୁୟାରୀ ୨୦୫ରେ ବିବାହ ହୋଇଥିଲା । ରେହମଙ୍କ ସହ ବିବାହ କରିବା କଥା ନେଇ ମଧ୍ୟ ଇମରାନ୍ ପ୍ରଥମେ କିଛି କହିନଥିଲେ । ପରେ ଏହାର ୮ଦିନ ପରେ ସେ ସାର୍ବଜନୀନ ସ୍ତରରେ ରେହମଙ୍କୁ ବିବାହ କରିଥିଲେ ।

(ସୌଜନ୍ୟ-ଜନସତ୍ତା )