ଇମ୍ରାନ ଖାନଙ୍କୁ ମୋଦିଙ୍କ ଫୋନ କଲ ପରେ ଖୁସି ଜାହିର କଲା ପାକିସ୍ତାନ ! ଦ୍ୱି- ପକ୍ଷୀୟ କଥାବାର୍ତା ପୁଣି ଥରେ ଆରମ୍ଭ କରିବାକୁ ଇଛାପ୍ରକାଶ ।

30

କନକ ବ୍ୟୁରୋ : ନୂଆ ସରକାର ଗଠନ କରିବାକୁ ଯାଉଛି ପଡୋଶୀ ରାଷ୍ଟ୍ର ପାକିସ୍ତାନ । ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ପୂର୍ବତନ କ୍ରିକେଟର ଇମରାନ ଖାନ୍ । ତେବେ ସେ ଶାସନ ଭାର ସମ୍ଭାଳିବା ପରେ ପଡ଼ୋଶୀ ଦେଶ ସହିତ କିପରି ସଂପର୍କ ରହିବ ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହା ଭିତରେ ସବୁଠାରୁ ବଡ଼ କଥା ହେଲା ଇମରାନ ପ୍ରଧାନମନ୍ତ୍ରୀ ହେବା ପରେ ଭାରତ ସହ ତାଙ୍କର ସଂପର୍କ କିପରି ରଖିବେ ତାକୁ ନେଇ ମଧ୍ୟ ଅନେକ କଳ୍ପନାଜଳ୍ପନା ଲାଗିରହିଛି ।

ଏସବୁ ଚର୍ଚ୍ଚା ଭିତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ମାଧ୍ୟମରେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଇମରାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ଫୋନକଲକୁ ସ୍ୱାଗତ କରିଛି ପାକିସ୍ତାନ । ୨୦୧୫ ମସିହାରୁ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱି- ପକ୍ଷୀୟ କଥାବାର୍ତା ବନ୍ଦ ପଡିଥିବାରୁ ଏହାକୁ କୋହଳ କରି ଦୁଇଦେଶ ମଧ୍ୟରେ କଥାବାର୍ତା କରିବାକୁ ପାକିସ୍ଥାନ ଇଚ୍ଛାପ୍ରକାଶ କରିଛି । ଏହି ଫୋନ କଲ୍ ପରେ ଭାରତ ପାକିସ୍ତାନ ଭିତରେ ନୂଆ ସଂପର୍କ ସ୍ଥାପନ କରିବାରେ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି ।