କୃଷ୍ଣ ମନ୍ଦିର ପାଇଁ ପାକିସ୍ଥାନ ଦେଲା ୨ କୋଟି ଟଙ୍କା ! ଭକ୍ତଙ୍କ ପାଇଁ ନିଆଗଲା ଏଭଳି ପଦକ୍ଷେପ ।

27

ପାକିସ୍ଥାନରେ ଥିବା ପଞ୍ଜାବ ପ୍ରାନ୍ତ ସରକାର ରାୱଲପିଣ୍ଡୀଠାରେ ଥିବା କୃଷ୍ଣ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଏହାର ବିସ୍ତାର ପାଇଁ ୨ କୋଟି ଟଙ୍କାର ଅର୍ଥରାଶି ଜାରୀ କରିଛି । ପାକିସ୍ଥାନର ରାୱଲପିଣ୍ଡୀ ଏବଂ ଇସଲମାବାଦଠାରେ ହିଁ ଏହି କୃଷ୍ଣ ମନ୍ଦିର ରହିଛି । ମନ୍ଦିରରେ ସକାଳ ଏବଂ ସନ୍ଧ୍ୟା ଦୁଇଓଳି ଆରତୀ ହୋଇଥାଏ । ଯେଉଁଠି ଖୁବ୍ କମ୍ ଲୋକ ଉପସ୍ଥିତ ହୋଇଥାନ୍ତି । ଇବେକ୍ୟୁଇ ଟ୍ରଷ୍ଟ ପ୍ରୋପଟୀ (ଇଟିପିବି)ର ଉପ-ପ୍ରଶାସକ ମହମ୍ମଦ ଆସିଫଙ୍କ କହିବାନୁସାରେ ଆସେମ୍ବଲୀର ଜଣେ ସଦସ୍ୟଙ୍କ ଆଗ୍ରହ କ୍ରମେ ସରକାର କୃଷ୍ଣ ମନ୍ଦିର ପାଇଁ ଦୁଇ କୋଟି ଟଙ୍କା ଜାରି କରିଛନ୍ତି ଏବଂ ମନ୍ଦିରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ସେ କହିଥିଲେ ।

ଗୋଟିଏ ଟିମ୍ ଏହି ସ୍ଥାନକୁ ଯାଇ ସେଠାରେ କାର୍ଯ୍ୟ ଆରମ୍ଭ କରିବାର ଯୋଜନା ଚଳାଇଛନ୍ତି । ଯେଉଁଠାରେ ପ୍ରତିମା ପ୍ରତିଷ୍ଠିତ ହୋଇଛି ସେଠାରେ ସୌନ୍ଦର୍ଯ୍ୟକରଣ ହେବା ପର୍ଯ୍ୟନ୍ତ ମନ୍ଦିରକୁ ବନ୍ଦ ରଖାଯିବ । କାଞ୍ଜୀମଲ ଏବଂ ଉଜାଗର ମଲ ରାଚପାଲ୍ ୧୮୯୭ ମସିହାରେ ଏହି ମନ୍ଦିରକୁ ପ୍ରତିଷ୍ଠା କରିଥିଲେ ।