ପାକିସ୍ତାନକୁ ଘାରିଛି ସର୍ଜିକାଲ ଷ୍ଟ୍ରାଇକ୍ ଭୟ ! ପାକ୍ ଅଧିକୃତ ଅଂଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ଆଡ଼ଭାଇଜରୀ ଜାରି କଲା ଶତ୍ରୁ ଦେଶ

156

କନକ ବ୍ୟୁରୋ : ପାକିସ୍ତାନକୁ ଘାରିଛି ସର୍ଜିକାଲ ଷ୍ଟ୍ରାଇକ୍ ଭୟ । ପୁଲୱାମା ଆକ୍ରମଣ ପରେ କାଳେ ଭାରତ ଆଉ ଥରେ ସର୍ଜିକାଲ ଷ୍ଟ୍ରାଇକ୍ କରିବ ସେନେଇ ସତର୍କ ହୋଇଉଠିଛି ପାକିସ୍ତାନ । ସେନାକୁ ସତର୍କ କରିବା ସହ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ନିୟନ୍ତ୍ରଣ ରେଖା(ଏଲଓସି)ର ନିକଟରେ ରହୁଥିବା ଗାଁ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପ୍ରଶାସନ ପକ୍ଷରୁ ଏକ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି। ସୁରକ୍ଷିତ ରାସ୍ତାରେ ଯିବାଆସିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ନିୟନ୍ତ୍ରଣ ରେଖା ପାଖରେ ରହୁଥିବା ଲୋକେ ଗମନା ଗମନ ସମୟରେ ସତର୍କତାମୂଳ ଉପାୟ ଅବଲମ୍ବନ କରିବା ପାଇଁ କୁହାଯାଇଛି ।  ଏଲଓସି ନିକଟ ରାସ୍ତା ନିକଟକୁ ବିନା କୌଣସି କାରଣରେ ଯିବାଆସିବାକୁ ବାରଣ କରାଯାଇଛି ।

ସୂଚନାଯୋଗ୍ୟ ଉରି ଆକ୍ରମଣ ପରେ ଭାରତୀୟ ସୈନିକ ପିଓକେରେ ପଶି ଆତଙ୍କବାଦୀଙ୍କ ଅନେକ ଶିବିରକୁ ଧ୍ଵଂସ କରିଥିଲେ । ଆଉ ଏବେ ପୁଲୱାମା ଆକ୍ରମଣ ପରେ ଭାରତୀୟ ସେନାଙ୍କ ମନରେ ଅବ୍ୟକ୍ତ କ୍ରୋଧ ହୁ ହୁ ହୋଇ କୁହୁଳୁଛି । ଅନ୍ୟପଟେ ଆକ୍ରମଣ ପରେ ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି ମୋଦି । ଏବେ ପୁଲଓ୍ଵାମା ଆକ୍ରମଣ ପରେ ପୁଣି ଥରେ ପାକିସ୍ତାନକୁ ସର୍ଜିକାଲ ଷ୍ଟ୍ରାଇକର ଭୟ ଘାରିବାରେ ଲାଗିଛି । ତେଣୁ ସେଥିରୁ କିପରି ରକ୍ଷା ପାଇହେବ ସେଥିପାଇଁ ପୂର୍ବରୁ ପାକିସ୍ତାନ ସତର୍କତା ଅବଲମ୍ବନ କରିଛି

ଫେବୃଆରୀ ୧୪ରେ ପୁଲଓ୍ଵାମାରେ ଆତଙ୍କ ଆକ୍ରମଣ ପରଠାରୁ ଭାରତ ଦୁଃଖ ଏବଂ କ୍ରୋଧରେ ରହିଛି । ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି ଯେ, ଭାରତୀୟ ସୁରକ୍ଷା ବଳ ନିଜ ହିସାବରେ କାର‌୍ୟ୍ୟାନୁଷ୍ଠାନ ନେଇ ପାରିବେ ।