ପାକିସ୍ତାନୀ ନାୟିକାଙ୍କ ଦୁଃଖଭରା କାହାଣୀ : ସାକ୍ଷାତକାରରେ କହିଲେ ମନର କଥା

24

ସବୁବେଳେ ସେଲିବ୍ରିଟିଙ୍କ ରିଲ୍ ଓ ରିୟଲ ଲାଇଫ୍ କୁ ନେଇ ଚର୍ଚ୍ଚା ହୁଏ । ଖବର ଶିରୋନାମା ବି ପାଲଟିଯାଏ କିଛି ଘଟଣା । ଆଉ ଏ ସବୁ ଘଟଣା ମଧ୍ୟ ଅଳ୍ପ ସମୟରେ ଖୁବ୍ ପ୍ରଭାବ ପକାଏ ଦର୍ଶକଙ୍କ ମନରେ । ଏମିତିଜଣେ ହେଲେ ପାକିସ୍ତାନୀ ନାୟିକା ସବା କମର । ବଲିଉଡରେ ଇରଫାନ ଖାନଙ୍କ ସହିତ ‘ହିନ୍ଦୀ ମିଡିୟମ’ରେ ନଜର ଆସିଥିବା ସବା କମରଙ୍କର ଏକ ଭିଡିଓ ଖୁବ ମାତ୍ରାରେ ଭାଇରାଲ ହେଉଛି । ଯେଉଁଥିରେ ସବା କାନ୍ଦି କାନ୍ଦି ତାଙ୍କର କାହାଣୀ ଶୁଣାଉଛନ୍ତି ।

ବାସ୍ତବରେ ସବା ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଇଂଟରଭ୍ୟୁ ଦେବା ସମୟରେ ଖୁବ କାନ୍ଦିବାକୁ ଲାଗିଲେ । ସେଥିରେ ସେ ପାକିସ୍ତାନୀ ହେବାର ଦୁଃଖ ଜଣାଇଛନ୍ତି । ଦୁନିଆ ସାମ୍ନାରେ ପାକିସ୍ତାନର ଚେହେରାକୁ ଦର୍ଶାଇଛନ୍ତି । ତେବେ ପାକିସ୍ତାନର ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କର ଭିଡିଓ ଯିଏବି ଦେଖିବ ସେ ଭାବବିହ୍ୱଳ ହୋଇଉଠିବ । ସେ ଭିଡିଓରେ କହିଛନ୍ତିଯେ “ପାକିସ୍ତାନ ଆମର ମାଟି,ଆମେ ପାକିସ୍ତାନ ଜିନ୍ଦାବାଦ କହୁ,କିନ୍ତୁ ଯେତେବେଳେ ଆମେ ଅନ୍ୟ ଅଂଚଳକୁ ଯାଉ ଆମର ଯେଉଁଭଳି ଚେକିଙ୍ଗ କରାଯାଏ ତାହା କହିବା ଅସମ୍ଭବ,କହିବାକୁ ଲାଜ ଲାଗୁଛିଯେ ଆମର ଗୋଟିଏ ପରେ ଗୋଟିଏ କପଡ଼ା ବାହାର କରାଯାଏ” ।

ଇଂଟରଭ୍ୟୁରେ ସେ ଭାରତୀୟଙ୍କ ସାମ୍ନାରେ ପାକିସ୍ତାନୀଙ୍କ ପ୍ରତି ହୋଇଥିବା ଅସଭ୍ୟ ବ୍ୟବହାର ବିଷୟରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଥରେ ସେ ଭାରତୀୟଙ୍କ ସହିତ ସୁଟିଂରେ ଯାଇଥିବା ସମୟରେ ଭାରତୀୟଙ୍କୁ ଏୟାରପୋର୍ଟରେ ଖୁବ ସହଜରେ ଛାଡ଼ି ଦିଆଗଲା ଏବଂ ସେ ପାକିସ୍ତାନୀ ହୋଇଥିବାରୁ ତାଙ୍କୁ ଭିନ୍ନ ଭାବରେ ବ୍ୟବହାର କରାଯାଇଥିଲା । ସେହି ଦିନ ସେ ଏହି କଥାକୁ ଖୁବ ଗମ୍ଭୀର ଭାବରେ ଭାବିଥିଲେ,ଯାହା ତାଙ୍କୁ ଖୁବ ଆଘାତ କରିଥିଲା । ତେବେ ତାଙ୍କର ସେହି ଭିଡିଓକୁ ଯିଏ ମଧ୍ୟ ଦେଖିବ ଭାବ ବିହ୍ୱଳ ହୋଇଉଠିବ ।