ଶରୀରକୁ ଯନ୍ତ୍ରଣାରୁ ମୁକ୍ତିଦେବ ଜିରା ଓ ଗୁଡ ! ଜାଣନ୍ତୁ କ’ଣ ମିଳିବ ଫାଇଦା ।

124

ସ୍ୱାସ୍ଥ୍ୟ ହିଁ ସମ୍ପଦ । ଏହା ପ୍ରାୟ ସମସ୍ତେ ଜାଣନ୍ତି । ଯେଉଁଥିପାଇଁ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାଉ । କିନ୍ତୁ ବେଳେବେଳେ ଆମ ଶରୀର ବିିଭିନ୍ନ ସମସ୍ୟାରେ ସମ୍ମୁଖୀନ ହୋଇଥାଏ । ମୁଣ୍ଡବ୍ୟଥା, ପେଟ, ଅଂଟା ଯନ୍ତ୍ରଣା ଭଳି ଅନେକ ସମସ୍ୟା ରହିଛି । ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଜିରା ଓ ଗୁଡ଼ ବେଶ ଉପଯୋଗୀ । ଯାହା ଫଳରେ ଅତିଶିଘ୍ର ଏହି ସମସ୍ୟାରୁ ମୁକ୍ତି ପାଇବେ । ତେବେ ଆସନ୍ତୁ ଜାଣିବା ଜିରା ଓ ଗୁଡ଼ ଦ୍ୱାରା କିଭଳି ଏହି ସମସ୍ୟା ଦୂର ହେଉଛି । ସେଥିପାଇଁ କେତେଟି ଉପାୟ ସମ୍ବନ୍ଧରେ ଆପଣମାନଙ୍କୁ ଜଣାଉଛୁ ।

ମୁଣ୍ଡବ୍ୟଥା : ଗୁଡ଼ ଓ ଜିରା ପାଣିକୁ ନିୟମିତ ସକାଳୁ ପିଅନ୍ତୁ । ଏହି ପାଣି ମୁଣ୍ଡବ୍ୟଥା ସମସ୍ୟାକୁ ଦୂର କରିଥାଏ । ମୁଣ୍ଡବ୍ୟଥା ବ୍ୟତୀତ ଜିରା ଓ ଗୁଡ଼ ପାଣି ଜ୍ୱରକୁ ମଧ୍ୟ ଭଲ କରିଥାଏ ।

ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି : ଜିରା ଓ ଗୁଡ଼ ଶରୀରର ବିଷାକ୍ତ ପଦାର୍ଥକୁ ନିଷ୍କାସନକରିବାରେ ସହାୟତ ହୋଇଥାଏ । ଏହାଦ୍ୱାରା ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ । ଫଳରେ ବିଭିନ୍ନ ପ୍ରକାର ବାହ୍ୟ ସଂକ୍ରମଣରୁ ଶରୀର ରକ୍ଷା ପାଇଥାଏ । ଏଣୁ ପ୍ରତିଦିନ ସକାଳେ ଜିରା ଓ ଗୁଡ ପାଣି ପିଅନ୍ତୁ ।

ପେଟ ସମସ୍ୟାରୁ ମୁକ୍ତି : ଜିରା ଓ ଗୁଡ଼ ଉଭୟ ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବାରେ ସହାୟତା ହୋଇଥାଏ । କୋଷ୍ଠକାଠିନ୍ୟ, ଗ୍ୟାସ, ପେଟ ଫୁଲା ଓ ପେଟ ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ଦେଇଥାଏ ଜିରା ଓ ଗୁଡ଼ ପାଣି । ଏହାକୁ ନିୟମିତ ପିଇବା ଦ୍ୱାରା ଅନେକ ଉପକାର ମିଳିଥାଏ ।

ଅଂଟା ଯନ୍ତ୍ରଣା : ପିଠି ଓ ଅଂଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଗୁଡ଼ ଓ ଜିରା ପାଣି ବେଶ ଉପଯୋଗୀ । ସେହିପରି ଯୁବତୀ ଓ ମହିଳାମାନଙ୍କଠାରେ ଦେଖାଯାଉଥିବା ଋତୁସ୍ରାବଜନିତ ସମସ୍ୟାରେ ହର୍ମୋନ ସମ୍ବନ୍ଧୀୟ ପରିବର୍ତ୍ତନ ଦେଖାଦେଇଥାଏ । ଏଭଳି ସମସ୍ୟାର ସମାଧାନ କରିଥାଏ ଗୁଡ଼ ଓ ଜିରା ପାଣି । ରାତିରେ ଗୁଡ଼ ଓ ଜିରା ଗୋଟେ ଗ୍ଲାସ ପାଣିରେ ପକାନ୍ତୁ । ପ୍ରତିଦିନ ସକାଳେ ଏହାକୁ ପିଇବାକୁ ଭୁଲନ୍ତୁ ନାହିଁ ।