ଚର୍ଚ୍ଚିତ ସ୍କିମ ପେଡ ଗର୍ଲଫ୍ରେଣ୍ଡର କାହାଣୀ

20

ସୁନିଲ ମେହେରର ଚର୍ଚ୍ଚିତ ସ୍କିମ ପେଡ ଗର୍ଲ ଫ୍ରେଣ୍ଡର ପୁରା କାହାଣୀ ସାମ୍ନାକୁ ଆସିଛି । ସମସ୍ତଙ୍କ ଅଗୋଚରରେ ରାଜଧାନୀ ଭୁବନେଶ୍ୱରରେ ଚାଲିଥିବା ଏହି କଳାକାହାଣୀର ଚେର ବହୁତ ଦୂରକୁ ମାଡିଯାଇଛି ö ନିରୀହ ଯୁବତୀ ମାନଙ୍କୁ ଚାକିରି ଦେବାର ଲୋଭ ଦେଖାଇ ଏକ ଏଭଳି କାମରେ ତାଙ୍କୁ ନିୟୋଜିତ କରାଯାଏ , ଯେଉଁଠାରୁ ଆଉ ପଛକୁ ଫେରିବା ସମ୍ଭବ ହୁଏ ନାହିଁ । ଆଉ ତାପରେ ଏମାନଙ୍କ ଅସହାୟତାର ଲାଭ ଉଠାଇ ଚାଲନ୍ତି ସୁନିଲ ମେହେରଙ୍କ ପରି ନାରୀଶରୀରର ସୌଦାଗର । ଜଣେ ପେଡ୍ ଗର୍ଲଫ୍ରେଣ୍ଡ କନକ ନ୍ୟୁଜ କ୍ୟାମେରାରେ ଏହି ପୁରା ନେଟୱର୍କର ଗୁମର ଖୋଲିଛନ୍ତି ।