ବାସ୍ତବରେ କିପରି ଦେଖାଯାଆନ୍ତି ଏଲିଏନ୍ ? ମିଳିଗଲା ଅନେକ ଦିନରୁ ଥିବା ଅସମାହିତ ପ୍ରଶ୍ନର ଉତ୍ତର

25

ଏଲିଏନକୁ ନେଇ ଅନେକ ସିନେମା ନିର୍ମାଣ ହୋଇଛି । ଆଉ ଆମେ କେବଳ ସିନେମାରେ ଏଲିଏନକୁ ଦେଖିଛନ୍ତି । ମନରେ ଆସେ ଏଲିଏନ୍ କ’ଣ ହଲିଉଡ଼ ସିନେମାରେ ଦେଖାଯାଉଥିବା ଜୀବ ପରି ନା ବଲିଉଡ଼ ସିନେମା ‘କୋଇ ମିଲ ଗୟା’ର ଯାଦୁ ପରି ? କିନ୍ତୁ ବାସ୍ତବରେ ଏଲିଏନ କିପରି ଥିବେ ଏନେଇ ଏବେବି ଅନେକ ପ୍ରଶ୍ନ ଅସମାହିତ ହୋଇ ରହିଛି । ଏଲିଏନକୁ ନେଇ ସମସ୍ତଙ୍କ ମନରେ ଥାଏ ଅନେକ ପ୍ରଶ୍ନ । ଆପଣଙ୍କ ମନରେ ବି ପ୍ରଶ୍ନ ଉଙ୍କିମାରୁଥିବ କିପରି ଦେଖାଯାଏ ଏଲିଏନ୍, ମଣିଷ ପାଇଁ ସେ କ୍ଷତିକାରକ ନା ବନ୍ଧୁତ୍ୱବୂର୍ଣ୍ଣ ବ୍ୟବହାର କରୁଥିବ ।

ତେବେ ଏଲିଏନକୁ ନେଇ ବିଭିନ୍ନ ସମୟ ଭିନ୍ନ ଭିନ୍ନ ଖବର ସବୁ ଶୁଣିବା ପାଇଁ ମିଳେ । କିଛି ଦିନ ପୂର୍ବରୂ ଗବେଷଣା କେନ୍ଦ୍ର ନାସା ଘୋଷଣା କରିଥିଲା ପ୍ରକୃତରେ ଏଲିଏନ୍ ଅଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏନେଇ କିଛି ସ୍ପଷ୍ଟ ହୋଇନାହିଁ । ସିନେମାରେ ସବୁବେଳେ ଚିତ୍ରଣ କରାଯାଏ ଯେ ଏଲିଏନ୍ ମଣିଷ ଠାରୁ ଅଧିକ ଶକ୍ତିଶାଳୀ ଓ ତାଙ୍କ ପାଖରେ ଥାଏ ଅପାର ଶକ୍ତି । କିନ୍ତୁ କ’ଣ ଏହା ସତ ? ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଖୁଲାସା ହୋଇଛି ଏଲିଏନ ବିଲକୁଲ ମଣିଷଙ୍କ ପରି ।

ଅକ୍ସଫୋର୍ଡ଼ର କିଛି ବୈଜ୍ଞାନିକ ବିବିର୍ତ୍ତନ ସୂତ୍ର ଅନୁସାରେ ଏଲିଏନଙ୍କ ଜୀବନ ବିଷୟରେ ପତ୍ତା ଲଗାଇଛନ୍ତି । ଏହି ସୂତ୍ରକୁ ବ୍ୟବହାର କରିବା ପରେ ଜଣାପଡ଼ିଛି ମଣିଷଙ୍କ ପରି ହିଁ ତାଙ୍କ ଜୀବନଶୈଳୀ । ତାଙ୍କର ଜୀବନ ପରି ସାଧାରଣ ଲୋକଙ୍କ ଜୀବନ ପରି କଟେ । ଏମିତରେ ପୃଥବୀରେ ଜୀବନର ଉତ୍ପତ୍ତି ରେ ଅନେକ ସୂତ୍ର ରହିଛି କିନ୍ତୁ ଦାବି ହୋଇଛି ପୃଥିବୀରେ ଜନ୍ମ ହୋଇଥିବା ପ୍ରଥମ ବ୍ୟକ୍ତି ଏକ କୋଷର ହିଁ ହୋଇଥିବେ । ତେବେ ଏଲିଏନର ବୟସ ବିଷୟରେ କିଛି ସ୍ପଷ୍ଟ କରିନାହାନ୍ତି ବୈଜ୍ଞାନିକ । ଏହା ବ୍ୟତୀତ ଏଲିଏନଙ୍କ କେତେ ହାତ, ଗୋଡ଼ ଓ କେତେ ଆଖିି ଥିବ ଏନେଇ ମଧ୍ୟ କିଛି ସଠିକ ପ୍ରମାଣ ମିଳିନାହିଁ ।