ରାତିର ‘ଷ୍ଟାର୍’ ସକାଳେ ‘ଉଭାନ୍’ ! ପଢନ୍ତୁ ହିଟ୍ ସିନେମାର ଫ୍ଲପ୍ ଅଭିନେତାଙ୍କ କାହାଣୀ

30

ବଲିଉଡରେ ପ୍ରତିବର୍ଷ ନୂଆ ନୂଆ କଳାକାର ପାଦ ରଖିଥାନ୍ତି । ସେମାନଙ୍କ ମଧ୍ୟରୁ କିଛି ଜଣ ଆଗକୁ ଯାଇ ଷ୍ଟାର୍ ପାଲଟି ଯାଇଥାନ୍ତି । ଆଉ କିଛି ହଜିଯାଆନ୍ତି ମାୟାନଗରୀର ଅନ୍ଧାର ଗଳିରେ । କିନ୍ତୁ ଏମିତି କିଛି ଅଭିନେତା ଅଛନ୍ତି ଯେଉଁମାନେ ପ୍ରଥମ ସିନେମାରୁ ରାତା ରାତି ଷ୍ଟାର୍ ପାଲଟିଯାଇଛନ୍ତି । ହେଲେ ସେମାନଙ୍କ ଲୋକପ୍ରିୟତା ସେହି ଗୋଟିଏ ସିନେମାରେ ହିଁ ସୀମିତ ରହିଯାଇଛି । ଅର୍ଥାତ୍ ‘ଏକ୍ ରାତ୍ କା ଷ୍ଟାର୍’ ହୋଇ ରହିଯାଇଛନ୍ତି ଏହି ଅଭିନେତା । ଏହାର କାରଣ ଅନେକ ହୋଇପାରେ । ତେବେ ନଜର ପକାନ୍ତୁ ସେମିିତି କିଛି ବଲିଉଡ୍ ଅଭିନେତାଙ୍କ ଉପରେ ଯେଉଁମାନଙ୍କ ଲୋକପ୍ରିୟତା କେବଳ ଗୋଟିଏ ରାତିର ସାଥୀ ହୋଇ ରହିଯାଇଛି ।

ରାଜୀବ କପୁର୍ : କପୁର୍ ପରିବାରର ରାଜୀବ୍ ଏକ ମାତ୍ର ପୁଅ ଯାହାଙ୍କ କ୍ୟାରିୟରର ଗାଡି ଆଗକୁ ଯାଇପାରିଲା ନାହିଁ । ରାଜ୍ କପୁରଙ୍କ ପୁଅ ରାଜୀବ୍ କପୁର୍ ୧୯୮୫ରେ ସିନେମା ‘ରାମ ତେରୀ ଗଙ୍ଗା ମେଲୀ’ ଜରିଆରେ ଡେବ୍ୟୁ କରିଥିଲେ । ସିନେମାଟି ସୁପରହିଟ୍ ହୋଇଥିଲା ଆଉ ରାତାରାତି ଷ୍ଟାର୍ ପାଲଟି ଯାଇଥିଲେ । କିନ୍ତୁ ଏହା ପରେ ଆଉ ରାଜୀବଙ୍କ ଦେଖା ମିଳି ନଥିଲା ।

କୁମାର ଗୌରବ : ବର୍ଷିୟାନ୍ ଅଭିନେତା ରାଜେନ୍ଦ୍ର କୁମାରଙ୍କ ପୁଅ ହେଉଛନ୍ତି କୁମାର ଗୌରବ । ୧୯୮୧ରେ ଆସିଥିବା ସିନେମା ‘ଲଭ ଷ୍ଟୋରୀ’ ରୁ ଆରମ୍ଭ କରିଥିଲେ ଫିଲ୍ମି କ୍ୟାରିୟର୍ । ଏକ ବ୍ଲକ୍ ବଷ୍ଟର୍ ସିନେମା ସାବ୍ୟସ୍ତ ହୋଇଥିଲା ଲଭ୍ ଷ୍ଟୋରୀ । କୁମାର୍ ଗୌରବଙ୍କୁ ରାତା ରାତି ଷ୍ଟାର୍ ବନେଇ ଦେଇଥିଲା ଏହି ସିନେମାଟି । ଏପରିକି ସେ ଜଣେ ଚକଲେଟ୍ ହିରୋ ଭାବରେ ପରିଗଣିତ ହେଉଥିଲେ । କିନ୍ତୁ ରୂପେଲି ପରଦା ଯେମିତି ପସନ୍ଦ କରି ନଥିଲା କୁମାର୍ ଗୌରବଙ୍କୁ । ଫଳରେ ଧୀରେ ଧୀରେ ପରଦାରୁ ଦୂରେଇ ଯାଇଥିଲେ । ଦୀର୍ଘ ଦିନ ପରେ ସିନେମା ‘କାଂଟେ’ରେ ନଜର ଆସିଥିଲେ ।

ରାହୁଲ୍ ରୟ : ୧୯୯୦ରେ ରିଲିଜ୍ ହୋଇ ଥିବା ସିନେମା ‘ଆଶିକି’ ରାହୁଲ୍ ରୟଙ୍କୁ ଲଭର୍ ବୟର ଛବି ଦେଇଥିଲା । କିନ୍ତୁ ତାପରେ ତାଙ୍କର ଆଉ କୌଣସି ସିନେମା ଚାଲିନଥିଲା । ବିଗ୍ ବସର ପ୍ରଥମ ସିଜିନର ବିଜେତା ହୋଇଥିଲେ ରାହୁଲ୍ ରୟ ।

ଯୁଗଲ୍ ହଂସରାଜ୍ : ୧୯୮୩ରେ ରିଲିଜ୍ ହୋଇଥିବା ସିନେମା ‘ମାସୁମ’ରୁ ଡେବ୍ୟୁ କରିଥିଲେ । ୧୯୯୪ରେ ‘ଆ ଗଲେ ଲଗ୍ ଜା’ରେ ଲିଡ୍ ଆକ୍ଟର୍ ଭାବରେ ପରଦାରେ ଏଂଟ୍ରି କରିଥିଲେ । ସିନେମାଟି ହିଟ୍ ସାବ୍ୟସ୍ତ ହୋଇଥିଲା । କିନ୍ତୁ ଯୁଗଲଙ୍କ କ୍ୟାରିୟର୍ ଆଗକୁ ବଢିପାରିନଥିଲା । ଏହା ପରେ କାଁ ଭାଁ ଗୋଟିଏ ଗୋଟିଏ ସିନେମାରେ ନଜର ଆସିଥିଲେ ।

ବିବେକ୍ ମୁସରାନ୍ : ସୁଭାଷ ଘାଇଙ୍କ ସୁପରହିଟ୍ ସିନେମା ‘ସୌଦଗର’ ଜରିଆରେ ବଲିଉଡ୍ କ୍ୟାରିୟର୍ ଆରମ୍ଭ କରିଥିଲେ । ଏହା ପରେ ଅଳ୍ପ କିଛି ସିନେମାରେ ନଜର ଆସିନଥିଲେ ବିବେକ୍ । ହେଲେ ତାଙ୍କ ସିନେମା ଗ୍ରାଫ୍ ଆଗକୁ ଯାଇ ପାରି ନଥିଲା ।