ପୁଣି ନ୍ୟାୟିକ ଝାମେଲାରେ ଫସିଲା ବିବାଦୀୟ ସିନେମା ‘ପଦ୍ମାବତ’ ! ସିନେମା ବିରୋଧରେ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାରଙ୍କ ଆବେଦନ

38

ସଞ୍ଜୟ ଲୀଲା ଭନସାଲିଙ୍କ ବିବାଦୀୟ ସିନେମା ‘ପଦ୍ମାବତ’କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । କାରଣ ସିନେମା ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଦୁଇ ରାଜ୍ୟ ମଧ୍ୟପ୍ରଦେଶ ଓ ରାଜସ୍ଥାନ । ସିନେମା ଉପରେ ବ୍ୟାନ ଲଗାଯାଇ ପାରିବନାହିଁ ବୋଲି କୋର୍ଟ ଦେଇଥିବା ରାୟ ବିରୋଧରେ ଏମାନେ ଅପିଲ କରିଛନ୍ତି । ପ୍ରଥମେ ପଦ୍ମାବତୀ ସିନେମା କୁ ବିରୋଧ ପରେ ଏହାର ଅନେକ ତଥ୍ୟରେ କାଂଟଛାଂଟ କରିବା ସହ ସିନେମାର ନାଁ ବଦଳାଇ ‘ପଦ୍ମାବତ୍’ କରାଯାଇଥିଲା । ଆଗାମୀ ୨୫ ତାରିଖରେ ସିନେମା ରିଲିଜ କରିବାକୁ ପ୍ରଯୋଜନା ସଂସ୍ଥା ଘୋଷଣା କରିବା ପରେ ପୁଣି ବିରୋଧ ଆରମ୍ଭ କରିଛି କରଣି ସେନା । ବିଭିନ୍ନ ସହରରେ ସିନେମାର ରିଲିଜକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ ସିନେମା ରିଲିଜ ହେଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଏହା ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ଯାଇଛନ୍ତି ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ।

padmabatiସୂଚନାଯୋଗ୍ୟ ‘ପଦ୍ମାବତ’ଉପରେ କୌଣସି ରାଜ୍ୟ ବ୍ୟାନ୍ ଲଗାଇ ପାରିବେନାହିଁ ବୋଲି ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇଥିଲେ । ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ଭାଳିବା ସରକାରଙ୍କ ଦାୟିତ୍ୱ ଏବଂ କୌଣସି ରାଜ୍ୟରେ ପଦ୍ମାବତ ବ୍ୟାନ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସରକାରଙ୍କୁ ଏପରି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏହାସହ ପଦ୍ମାବତ ଦେଖିବାକୁ ଯାଉଥିବା ଦର୍ଶକଙ୍କୁ କିପରି ସୁରକ୍ଷା ଯୋଗାଇ ଦିଆଯିବ ତାହା ସରକାରଙ୍କ ଦାୟିତ୍ୱ ବୋଲି କୋର୍ଟ ନିର୍ଦ୍ଦୋଶ ଦେଇଥିଲେ । ସାରା ଦେଶରେ ପଦ୍ମାବତ ଫିଲ୍ମ ପ୍ରଦର୍ଶନ ପାଇଁ ସାର୍ଟିଫିକେଟ ମିଳିଥିବା ବେଳେ କୌଣସି ରାଜ୍ୟ ଏଥିରେ ବ୍ୟାନ୍ ଲଗାଇବା ଅସମ୍ବିଧାନିକ ବୋଲି ବରିଷ୍ଠ ଓକିଲ ହରୀଶ ସାଲଭେ କୋର୍ଟରେ ଯୁକ୍ତି ରଖିଥିଲେ । ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ସରକାର ପଦ୍ମାବତ ପ୍ରଦର୍ଶନ ଉପରେ ବ୍ୟାନ ଲଗାଇଥିଲେ । ଜାନୁୟାରୀ ୨୫ତାରିଖରେ ରିଲିଜ ହେବ ପଦ୍ମାବତ ।