କୂଅ ଭିତରେ ୨ ଘଂଟାର ସଂଘର୍ଷ ! କଟକ ବାଙ୍କି ଅଂଚଳରେ ୩୦ ଫୁଟ୍ କୁଅରୁ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

48

କନକ ବ୍ୟୁରୋ: ୩୦ ଫୁଟ ଗଭୀର କୂଅ ଭିତରୁ ଉଦ୍ଧାର ହେଲେ ବୃଦ୍ଧ । ଦୀର୍ଘ ସମୟର ଉଦ୍ୟମ ପରେ ଗ୍ରାମବାସୀଙ୍କ ସହାୟତାରେ ବୃଦ୍ଧଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଗହିରୀଗଡିଆ ଗାଁରେ ଏଭଳି ଘଟଣା ଘଟିଛି । ଗାଁର ସୁଦର୍ଶନ ରାଉତ ଗତକାଲି ରାତିରେ ଶୌଚ ପାଇଁ ଯାଇଥିବା ବେଳେ ଗୋଡ ଖସିଯିବାରୁ ୩୦ ଫୁଟ କୂଅ ଭିତରେ ଖସି ପଡିଥିଲେ ।

 

କୂଅ ଭିତରୁ ସୁଦର୍ଶନଙ୍କ ଚିକ୍ରାର ଶୁଣି ପଡୋଶୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । କଳାପଥର ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ଗ୍ରାମବାସୀଙ୍କ ସହାୟତାରେ ପ୍ରାୟ ୨ ଘଂଟାର ସଂଘର୍ଷ ପରେ ସୁଦର୍ଶନଙ୍କୁ ଉଦ୍ଧାର କରାଯାଇଛି ।