ନବୀନଙ୍କ ଅପେକ୍ଷାରେ ଅମଲା ! ବଦଳୁଥିବା ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ଚେହେରା

67

କନକ ବ୍ୟୁରୋ : ଦଳୀୟ କାର୍ଯ୍ୟାଳୟରେ ନେତାଙ୍କୁ ଭେଟିଲେ ନବୀନ । ଏପଟେ ସଚିବାଳୟରେ ନବୀନଙ୍କୁ ପ୍ରାୟ ଘଂଟାଏ ଧରି ଅପେକ୍ଷା କଲେ ଅମଲା । ଆଜି ଏଭଳି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା ସଚିବାଳୟରେ । ସାଧାରଣତ ନବୀନ ଅଫିସରଙ୍କ ସହ ଥିବା ବୈଠକକୁ ସବୁବେଳେ ଠିକ୍ ସମୟରେ ପହଁଚିଥାନ୍ତି । ଅନ୍ୟପଟେ ଜନପ୍ରତିନିଧି କିମ୍ବା ଦଳୀୟ ନେତାଙ୍କୁ ଅପେକ୍ଷା କରିବାକୁ ପଡିଥାଏ । କିନ୍ତୁ ଏଥର କଥା ବଦଳିଯାଇଛି । ନେତାଙ୍କ କଥା ଶୁଣିଲେ ନବୀନ ଏବଂ ଅମଲା କଲେ ଅପେକ୍ଷା ।