ଚାଷୀଙ୍କୁ ମିଳିବ ସ୍ମାର୍ଟଫୋନ ! ମାଗଣାରେ ସମସ୍ତ ଚାଷୀଙ୍କୁ ସ୍ମାର୍ଟଫୋନ ଦେବାକୁ ପ୍ରକ୍ରିୟା ଆରମ୍ଭ କଲେ ରାଜ୍ୟ ସରକାର

37

କନକ ବ୍ୟୁରୋ: ମାଗଣାରେ ସମସ୍ତ ଚାଷୀଙ୍କୁ ସ୍ମାର୍ଟଫୋନ ଦେବା ଯୋଜନା ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏନେଇ କୃଷି ବିଭାଗକୁ ଚିଠି ଲେଖିଛି ସମବାୟ ବିଭାଗ । ଏଥିପାଇଁ ଆବଶ୍ୟକ ତଥ୍ୟ ସଂଗ୍ରହ କରିବାକୁ ଚିଠିରେ ଉଲ୍ଲେଖ ରହିଛି । ସ୍ମାର୍ଟଫୋନ ଜରିଆରେ ଚାଷୀ ବଜାର ହାଲଚାଲ ସଂପର୍କରେ ସହଜରେ ସୂଚନା ପାଇପାରିବ । ଏହି ଫୋନରେ ଭଏସ କଲ ସମେତ ଓଡିଆ ଭାଷାରେ ଏସଏମଏସ କରିହେବ । ଯାହା ଡିଜିଟାଲ ମଣ୍ଡି ସହିତ ଓଡିଶାର ଚାଷୀଙ୍କୁ ପରିଚିତ କରାଇବ ।

ଚାଷୀଙ୍କୁ ମାଗଣା ସ୍ମାର୍ଟ ଫୋନ ବାଂଟିବା ପାଇଁ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ବ୍ୟୟ ମଂଜୁର କରିଛନ୍ତି । ଓଏସଏଏମ ବୋର୍ଡ ଚାଷୀଙ୍କ ପାଇଁ ଆଣ୍ଡ୍ରୋୟଡ ଫୋନ ପାଇଁ ଶୀଘ୍ର ଟେଣ୍ଡର ଡାକିବାର ସୂଚନା ରହିଛି । ଏହା ପରେ ପ୍ରତି ଜିଲ୍ଲାର ରେଗୁଲେଟେଡ ମାର୍କେଟ କମିଟିରେ ପଞ୍ଜିକୃତ ଚାଷୀଙ୍କୁ ପର୍ଯ୍ୟାୟକ୍ରମରେ ଫୋନ ବଂଟନ କରାଯିବାର ଯୋଜନା ରହିଛି ।

ରୁପେ କାର୍ଡ ଓ କିସାନ କାର୍ଡ ଥିବା ଚାଷୀଙ୍କୁ ଫୋନ ବଂଟନ ସମୟରେ ଅଗ୍ରାଧିକାର ଦିଆଯିବ । ତେବେ ଜିଲ୍ଲାପ୍ରଶାସନର ଓ ଆରଏମସି ଏଧିକାରୀ କେଉଁ ଚାଷୀଙ୍କୁ ମୋବାଇଲ ଦିଆଯିବ ତାହା ଚୁଡାନ୍ତ କରିବେ ବୋଲି ସୂଚନା ରହିଛି ।