ଏସିଡ୍ ପୀଡିତାଙ୍କ Ramp ଶୋ’! କରତାଳିରେ ସ୍ୱାଗତ କଲେ ଦର୍ଶକ ।
ଗୋଟିଏ ଜିନିଷକୁ ଅନେକ ନଜରରେ ଦେଖାଯାଇ ପାରିବ। ମଣିଷ ସବୁ ବେଳେ ପରିବର୍ତ୍ତନଶୀଳ । ନୂଆ କରି ଦେଖିବାକୁ ଓ ପରିବେଷଣ କରିବା ପାଇଁ ମଣିଷ ଭଲ ପାଇଥାଏ। ଫ୍ୟାସନ୍ ଜଗତରେ ଏମିତି କିଛି ପରିବର୍ତ୍ତନକୁ ନେଇ ‘ଜେଡି ଇନଷ୍ଟିଚ୍ୟୁଟ ଅଫ ଫ୍ୟାସନ୍ ଟେକନୋଲୋଜି’ ପକ୍ଷରୁ ‘ଚତୁର୍ଥ ଜେଡି ବାର୍ଷିକ ଡିଜାଇନ ଆଓ୍ଵାର୍ଡ-୨୦୧୮’ ଆଜି ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ୬୦ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି ଶୋ’ର ଅନ୍ୟତମ ଆର୍କଷଣ ଥିଲେ ଏସିଡ୍ ପୀଡ଼ିତା ଯୁବତୀ। ଯିଏ କି ଅନ୍ୟ ପ୍ରତିଯୋଗୀଙ୍କ ସହ Ramp ଶୋ’ରେ ଚାଲିଥିଲେ। ସେମାନେ ବି କାହାଠାରୁ କମ୍ ନୁହନ୍ତି ବୋଲି ପ୍ରମାଣିତ କରିବା ପାଇଁ ପାଦରେ ପାଦ ମିଶାଇ ଚାଲିଥିଲେ ଏହି ଶୋ’ରେ।
Kanak News is now on WhatsApp
Join and get latest news updates delivered to you via WhatsApp
ଏଥିରେ ୧୨ଟି ଫ୍ୟାସନ୍ ଡିଜାଇନ୍ ଗ୍ରାଉଣ୍ଡ, ୧୩ଟି ଇଣ୍ଟେରିୟର୍ ଡିଜାଇନ୍, ଭିନ୍ନକ୍ଷମ ପିଲାମାନଙ୍କ Ramp ଶୋ’, ବଧୂବେଶରେ Ramp ଶୋ’ପରି ଅନେକ ରାଉଣ୍ଡ କରାଯାଇଥିଲା। ଫ୍ୟାସନ୍ ଜଗତରେ ଖ୍ୟାତି ଲାଭ କରିଥିବା ବ୍ୟକ୍ତିତ୍ୱମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଉତ୍ସବରେ ଅତିଥି ଭାବେ ଅଭିନେତା ସବ୍ୟସାଚୀ ମିଶ୍ର, ଜେଡି ଇନଷ୍ଟିଚ୍ୟୁଟର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ହର୍ଷଲ ଦଲାଲ, ଏହାର କେନ୍ଦ୍ର ନିର୍ଦ୍ଦେଶକ ବିଶାଲ ସୁବୁଦ୍ଧି, ଲାଇସେନସି ଶିବଦତ୍ତ ସୁବୁଦ୍ଧି ଓ ସୋଫିଆ ଦାନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ‘ଯେତେ ଗୋରୀ ସେତେ ଷ୍ଟୋରି’ର ଟାଇଟଲ ଉନ୍ମୋଚନ କରାଯାଇଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ସ୍ୱର୍ଣ୍ଣ ବାବୁ ଏବଂ ଏହା ଓଡ଼ିଆ, ତେଲୁଗୁ ଓ ତାମିଲ ଭାଷାରେ ରିଲିଜ ହେବ।