ନର୍ସ ଆନ୍ଦୋଳନ ଦୁଇ ଫାଳ ! ଆନ୍ଦୋଳନ ସ୍ଥଗିତ ରଖିବାକୁ ନର୍ସିଂ ସେବା ସଂଘ ସମ୍ପାଦିକାଙ୍କ ଘୋଷଣା । ଲିଖିତ ପ୍ରତିଶ୍ରୃତି ନ ମିଳିବା ଯାଏଁ ଧାରଣା ଜାରି ରଖିବାକୁ ଆଉ ଏକ ଗୋଷ୍ଠୀର ଘୋଷଣା

34

କନକ ବ୍ୟୁରୋ : ଆନ୍ଦୋଳନକାରୀ ନର୍ସ ସେବା ସଂଘ ଦୁଇ ଫାଳ ହୋଇଯାଇଛି । ଗୋଟିଏ ଗୋଷ୍ଠୀ ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିବାବେଳେ ଆଉ ଏକ ଗୋଷ୍ଠୀ ଏଥିରେ ସହମତି ପ୍ରକାଶ କରିନାହାନ୍ତି । ସଂଘର ସମ୍ପାଦିକା ବିଭିନ୍ନ ଗଣମାଧ୍ୟମକୁ ଆନ୍ଦୋଳନ ସ୍ଥଗିତ ହୋଇଥିବା ନେଇ ସୂଚନା ଦେଇଥିବା ବେଳେ ଅନ୍ୟ ଏକ ଗୋଷ୍ଠି ଳିଖିତ ପ୍ରତିଶ୍ରୃତି ନ ମିଳିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରିଛନ୍ତି ।

ଠିକା ନର୍ସଙ୍କୁ ନିୟମିତ କରିବା ସହ ଅନ୍ୟାନ୍ୟ ଦାବିରେ ନର୍ସମାନେ ଆନ୍ଦୋଳନ କରିଥିଲେ । ଏହାର ସିଧା ପ୍ରଭାବ ରୋଗୀସେବା ଉପରେ ପଡିଥିଲା । ଏହାକୁ ଦୃଷ୍ଟିରେ ରଖି ନର୍ସମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ଆଲୋଚନା ପରେ ସଂଘ ସମ୍ପାଦିକା ପ୍ରଭାତୀ ମହାନ୍ତି ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଘୋଷଣା କରିଥିଲେ । ଏହାକୁ ସଂଘର ଅନ୍ୟ ସଦସ୍ୟ ଗ୍ରହଣ କରିପାରିନଥିଲେ । ନିଷ୍ପତିକୁ ବିରୋଧ କରିବା ସହ ଆନ୍ଦୋଳନ ଜାରି ରଖିବାକୁ ସେମାନେ ଘୋଷଣା କରିଛନ୍ତି ।