ପାଖେଇ ଆସୁଛି ଗଣପର୍ବ ନୂଆଁଖାଇ : ପଶ୍ଚିମ ଓଡିଶାରେ ଗାଁ ଠୁ ସହର ଉତ୍ସବମୁଖର

43

ବରଗଡ଼ : ପାଖେଇ ଆସୁଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ କୃଷିଭିତିିକ ପର୍ବ ନୂଆଁଖାଇ । ଯାହାକୁ ନେଇ ଗାଁଠୁ ସହର ହୋଇ ପଡିଛି ଚଳଚଂଚଳ । ବରଗଡ଼ ଜିଲ୍ଲାର ପୂରପଲ୍ଲିରେ ଧୁମଧାମରେ ଚାଲିଛି ନୂଆଁଖାଇ ପ୍ରସ୍ତୁତି। ଏହି ପର୍ବରେ ଚାଷୀ ତାର ଉତ୍ପାଦିତ ଶସ୍ୟକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବାକୁ ବ୍ୟଗ୍ରତାର ସହ ଅପେକ୍ଷା କରିଛି । ଏପଟେ ଗୃହିଣୀମାନେ ମଧ୍ୟ ଘର ଲିପା ପୋଛା କରି ନୂଆଁଖାଇକୁ ସ୍ୱାଗତ କରିବାକୁ ଅନେଇ ବସିଛନ୍ତି ।

କବାଟ ବାଡେଇ ଡାକିଲାଣି ନୂଆଁଖାଇ। ଆଉ ମାତ୍ର ଦୁଇ ଦିନ ପରେ ସମଗ୍ର ପଶ୍ଚିମ ଓଡିଶାରେ ଧୂମଧାମରେ ପାଳିତ ହେବ ଏହି କୃଷିଭିତିକ ପର୍ବ । ଏହାକୁ ନେଇ ବରଗଡ଼ ଜିଲ୍ଲାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଗାଁ ଠୁ ସହର ସମସ୍ତେ ଉତ୍ସବ ପାଳନ ପାଇଁ ବ୍ୟଗ୍ରତାର ସହ କରିଛନ୍ତି ଅପେକ୍ଷା । କିଏ ଘର ଲିପାପୋଛା କରୁଛି ତ ଆଉ କିଏ ନୂଆ ରଂଗ ଲଗାଇ ନୂଆଁଖାଇକୁ ସ୍ୱାଗତ କରିବାକୁ ଅନେଇ ବସିଛି । ପୁଣି କିଏ ନୂଆଁଖାଇ ପାଇଁ ପତ୍ର ତୋଳିବାରେ ଲାଗି ଥିବାବେଳେ ଆଉ କିଏ ନୂଆଁ ଧାନ ସଂଗ୍ରହ କରିବାରେ ବ୍ୟସ୍ତ । ବିଶେଷ କରି ଗୃହିଣୀମାନେ ଏବେଠାରୁ ଲାଗି ପଡ଼ିଛନ୍ତି ଘରକୁ ନୂଆ କରି ସଜାଡ଼ିବାରେ ।

ନୂଆଁଖାଇରେ ଚାଷୀ ପ୍ରଥମେ ତାର ଉତ୍ପାଦିତ ଶସ୍ୟକୁ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରଂପରା ରହିଆସିଛି।ତେଣୁ ମୁଗ, ବିରିଠାରୁ ଆରମ୍ଭ କରି ପନିପରିବା ଏବଂ ବିଶେଷ ଭାବେ ନୂଆ କରି ଅମଳ କରିଥିବା ଧାନ ନିଜ ଇଷ୍ଟଦେବୀଙ୍କୁ ଅର୍ପଣ କରି ପରିବାରର ସୁଖ ମନାସେ ଚାଷୀ । ତେବେ ଖାଲି ଚାଷୀ ନୁହେଁ ନୂଆଁଖାଇ ପାଳିବାକୁ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଥାଏ ପ୍ରବଳ ଉତ୍ସାହ । ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଲୋକେ ନୂଆଁଖାଇ ପାଳିବାକୁ ଛୁଟି ଆସିଥାନ୍ତି ନିଜ ଗାଁକୁ । ନୂଆଁଖାଇ ଖାଲି ଏକ ପର୍ବ ନୁହେଁ ଏହା ସହ ପରିବେଶର ମଧ୍ୟ ନିବିଡ଼ ସଂପର୍କ ଥିବା କହିଛନ୍ତି ପରିବେଶବିତ୍ । କେମିତି ରହିଛି ନୂଆଁଖାଇ ପାଇଁ ପ୍ରସ୍ତୁତି ଦେଖନ୍ତୁ ଏହି ଭିଡିଓରେ :