ସରକାରଙ୍କ ନୂଆ ଗାଇଡଲାଇନ୍ : ଏଣିକି ୧୬ ବର୍ଷ ବୟସରେ ବି ତିଆରି କରିପାରିବେ ଡ୍ରାଇଭିଙ୍ଗ ଲାଇସେନ୍ସ !

143

ଯଦି ଆପଣଙ୍କ ବୟସ ୧୬ବର୍ଷ ଓ ଆପଣ ମଧ୍ୟ ମୋଟରସାଇକେଲ, ସ୍କୁଟର ଓ ସ୍କୁଟି ଭଳି ଦୁଇ ଚକିଆ ବାହନ ଚଲାଇବାକୁ ଇଚ୍ଛୁକ । ତେବେ ଆପଣଙ୍କ ପାଇଁ ଏହି ଖବର ବହୁତ ଜରୁରୀ ହୋଇପାରେ । ପ୍ରକୃତରେ କେନ୍ଦ୍ର ସରକାର ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାର ବୟସ ଏବେ ୧୮ବର୍ଷରୁ କମାଇ ୧୬ ବର୍ଷ କରିବାର ପ୍ରସ୍ତୁତି କରିସାରିଛନ୍ତି ।

ପରିବହନ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତାବିତ ନୂଆ ପରିବର୍ତ୍ତନ ମୁତାବକ,୧୬ ରୁ ୧୮ ବର୍ଷ ବୟସର କିଶୋର ମଧ୍ୟ ଏବେ ଇଲେକ୍ଟ୍ରିକ୍ ସ୍କୁଟର ଚଲାଇବା ପାଇଁ ଲାଇସେନ୍ସ କରିବାକୁ ବାଧ୍ୟ ହେବେ । ଏବେ ପର୍ଯ୍ୟନ୍ତ ଏହି ସ୍କୁଟର ଚଲାଇବା ପାଇଁ ଯେଉଁଠି କୌଣସି ଲାଇସେନ୍ସର ଆବଶ୍ୟକତା ପଡୁନଥିଲା ସେଠାରେ ଏବେ ସରକାର ପରିବର୍ତ୍ତନ ଆଣିବାକୁ ଯାଇ ଇଲେକ୍ଟ୍ରିକ୍ ସ୍କୁଟର ଚଲାଇବା ପାଇଁ ମଧ୍ୟ ଲାଇସେନ୍ସକୁ ବାଧ୍ୟତାମୂଳକ କରିଛନ୍ତି । ୧୯୮୮ ରୁ ବର୍ତ୍ତମାନ ମୋଟର ବାହନ ଅଧିନିୟମ ମୁତାବକ , ୧୬ ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ କେବଳ ସିସି ଇଞ୍ଜିନ୍ ପର‌୍ୟ୍ୟନ୍ତ ସଂଚାଳିତ ବାହନକୁ ବ୍ୟବହାର କରିବାର ସ୍ୱୀକୃତି ମିଳିଛି ।

ମନ୍ତ୍ରାଳୟର କହିବା ଅନୁସାରେ , ଏହି ବିଷୟରେ କଡା ନିୟମ କରିବାର କାରଣ ଉଗ୍ର ଡ୍ରାଇଭିଙ୍ଗ୍ ଅର୍ଥାତ୍ ଟ୍ରାଫିକ୍ ନିୟମ ନମାନି ଦ୍ରୁତବେଗରେ ଗାଡି ଚଲାଉଥିବା ଯୁବପିଢୀଙ୍କ ଉପରେ ଦୂର୍ଘଟଣା ଜନିତ ବିପଦକୁ ଦୁରେଇବା । ଏବେ ପର୍ଯ୍ୟନ୍ତ ଗିଅରଲେସ୍ ଇଲେକ୍ଟ୍ରିକ୍ ସ୍କୁଟର ପାଇଁ ଲାଇସେନ୍ସ କରିବାର କୌଣସି ଆବଶ୍ୟକତା ନଥିଲା । ଏହି ସ୍କୁଟରକୁ ଛୁଟ୍ ଦିଆଯାଇଥିଲା । ଏଭଳି ସ୍କୁଟରକୁ ସରକାର ହାଲୁକା ଦୁଇଚକିଆ ଯାନର ପରିସର ଭିତରେ ଦେଖିଆସିଛନ୍ତି । କିନ୍ତୁ ଏବେ ଏହି ଦୁଇଚକିଆ ଯାନରେ ବୈଧ ଲାଇସେନ୍ସ ପ୍ଲେଟ୍ ବି ଦେଖାଯିବ ।