ଧନୀ ସ୍କୁଲରେ ମିଳୁନି ଗରିବ ପିଲାଙ୍କୁ ପାଠ ପଢାର ସୁଯୋଗ : ରାଜଧାନୀର ୧୪ଟି ସ୍କୁଲକୁ ରିପୋର୍ଟ ତଲବ୍

56

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଧନୀ ସ୍କୁଲରେ ମିଳୁନି ଗରିବ ପିଲାଙ୍କୁ ସୁଯୋଗ । ଆଇନ ତା-ବାଟରେ ଅଛି ଏବଂ ସ୍କୁଲ ଗୁଡିକ ନିଜ ବାଟରେ । ପ୍ରଶ୍ନ ଉଠିଛି, ରାଜଧାନୀର ବଡ ବଡ ଇଂରାଜୀ ମିଡିୟମ ସ୍କୁଲ ଗୁଡିକ ଉପରେ । ସରକାରଙ୍କଠାରୁ ମାଗଣା କିମ୍ବା ଅତି ଶସ୍ତାରେ ଜମି ନେଇଥିବା ଏହି ସ୍କୁଲ ଗୁଡିକ କିନ୍ତୁ ସରକାରଙ୍କ ନିୟମକୁ ଖାତିର କରୁନାହାଁନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ରାଜ୍ୟ ସରକାର ସାଇ ଇଂଟରନେସନାଲ୍, କିଟ୍ ଇଂଟରନେସନାଲ୍ ଓ ଡିଏଭି ସ୍କୁଲ ପରି ୧୪ ଟି ବଡ ବଡ ସ୍କୁଲକୁ ନୋଟିସ ଦେଇଛନ୍ତି । ସେମାନେ କେତେ ଜଣ ଗରିବ ପିଲାଙ୍କୁ ପଢିବାକୁ ସୁଯୋଗ ଦେଇଛନ୍ତି, ତାର ହିସାବ ସରକାର ମାଗିଛନ୍ତି ।