ଆମିଷ ଖାଇବା ପୂର୍ବରୁ କିମ୍ବା ପରେ ଏହି ଦ୍ରବ୍ୟର ସେବନ କରୁଥିଲେ ସାବଧାନ ହୋଇଯାଆନ୍ତୁ ! ଅନେକ ରୋଗର ଶିକାର ହୋଇପାରନ୍ତି ।

284

ଅଧିକାଂଶ ଲୋକ ଆମିଷ ପ୍ରିୟ ହୋଇଥାନ୍ତି । କିଛି ଲୋକ ପ୍ରତିଦିନ ଆମିଷ ଖାଇବାକୁ ମଧ୍ୟ ଭଲ ପାଆନ୍ତି । କିନ୍ତୁ ପ୍ରତିଦିନ ଆମିଷ ଖାଇବା ଯେ ଶରୀର ପ୍ରତି କେତେ କ୍ଷତିକାରକ ତାହା ସମସ୍ତଙ୍କୁ ଜ୍ଞାତ ଥିଲେ ମଧ୍ୟ ଜିହ୍ୱା ଲାଳସା ପାଇଁ ଲୋକମାନେ ମାଂସ ଖାଇବାକୁ ବାଧ୍ୟ ହୋଇଥାନ୍ତି । କିଛି ଲୋକ ଶାରୀରିକ କ୍ଷେତ୍ରରେ ଖୁବ୍ ଦୂର୍ବଳ ଥାଆନ୍ତି ତେଣୁ ନିଜକୁ ସବଳ କରିବା ଇଚ୍ଛାରେ ମାଂସ ଭକ୍ଷଣ କରିଥାନ୍ତି । ଅନ୍ୟମାନଙ୍କ ଆଗରେ ନିଜକୁ ଫିଟ୍ ଦେଖାଇବା ପାଇଁ ମାଂସ ଭକ୍ଷଣ କରିବାକୁ କେତେ ସର୍ବୋତ୍ତମ ଭାବିଥାନ୍ତି । କିନ୍ତୁ ମାଂସ ଖାଇବା କିଛି ଲୋକ ଭୁଲ୍ କରି ବସନ୍ତି ଏବଂ ଏହିି ଭୁଲ୍ସିଧାସଳଖ ତାଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ ।

ମାଂସ ଦେହକୁ ମଧ୍ୟ ଗରମ କରିଥାଏ କିନ୍ତୁ ମାଂସ ସହ କିଛି ଥଣ୍ଡା ଦ୍ରବ୍ୟ ଖାଇଲେ ଶରୀରକୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡେ । ଏଥିପାଇଁ ମାଂସ ଖାଇବା ପୂର୍ବରୁ ଥଣ୍ଡା ଜାତୀୟ ଦ୍ରବ୍ୟ ତଥା ପାନୀୟ ସେବନ କରିବାରୁ ବଞ୍ଚନ୍ତୁ । ଯଦି ମାଂସ ଖାଇବା ପୂର୍ବରୁ କିମ୍ବା ପରେ କ୍ଷୀର ସେବନ କରୁଥାନ୍ତି ତେବେ ଆଜିଠାରୁ ଏହି ଗୁଣକୁ ବଦଳାଇ ଦିଅନ୍ତୁ । କ୍ଷୀରରେ ଆଣ୍ଟି ବାୟୋଟିକ୍ ଗୁଣ ଥିବାରୁ ଏହା ଶରୀରକୁ ଥଣ୍ଡା କରିଥାଏ । କିନ୍ତୁ ମାଂସ ଖାଇବା ଦ୍ୱାରା ଉଭୟ ଥଣ୍ଡା ଗରମର ମିଶ୍ରଣ ପେଟରେ ଜାବତ୍ୟ ରୋଗକୁ ନିମନ୍ତ୍ରଣ କରିଥାଏ । ଫୁଡ୍ ପଏଜନିଙ୍ଗ୍ ହେବା ସହ ସଂକ୍ରମଣ (ଇନଫେକ୍ସନ୍) ମଧ୍ୟ ହୋଇଥାଏ ।