ନୀତି ଆୟୋଗ ବୈଠକରେ ୧୫ବର୍ଷୀୟା ଭିଜନ୍ ଡକ୍ୟୁମେଂଟ ଉପରେ ବିଚାର ବିମର୍ଷ : ବୈଠକରେ ମୁଖମ୍ୟନ୍ତ୍ରୀଙ୍କୁ ମୋଦିଙ୍କ ମନ୍ତ୍ର

32

କନକ ବ୍ୟୁରୋ : ନୀତି ଆୟୋଗ ବୈଠକରେ ମୁଖମ୍ୟନ୍ତ୍ରୀଙ୍କୁ ମୋଦିଙ୍କ ମନ୍ତ୍ର । ଦିଲ୍ଲୀରେ ଚାଲିଛି ନୀତି ଆୟୋଗ ପରିଚାଳନା ପରିଷଦ ବୈଠକ । ଏଥିରେ ୧୫ବର୍ଷୀୟ ଭିଜନ ଡକ୍ୟୁମେଂଟ ନେଇ ବିଚରା ବିମର୍ଷ ଚାଲିଛି । ଭାରତର ରୂପାନ୍ତରଣ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମାନଙ୍କ ଦୃଷ୍ଟିଭଙ୍ଗୀ ଶୁଣିବାକୁ ଚାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିକାଶ ପାଇଁ ରାଜ୍ୟ ଗୁଡିକ ବିଭିନ୍ନ ଅଭିନବ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ତେବେ ନୀତି ଆୟୋଗ ବୈଠକ ମାଧ୍ୟମରେ ରାଜ୍ୟ ଗୁଡିକ ନିଜର ଦୃଷ୍ଟିଭଙ୍ଗୀର ଆଦାନ ପ୍ରଦାନ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଭାରତର ବିକାଶ ପାଇଁ ୧୫ବର୍ଷୀୟ ରୋଡ୍ ମ୍ୟାପ ଉପସ୍ଥପେନ କରିବେ ନୀତି ଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପନଗରିୟା । ନୀତି ଆୟୋଗର ବୈଠକରେ ଏକ ୩ବର୍ଷିଆ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଦାବି କରିବେ ନବୀନ । ବୈଠକରେ ଓଡିଶା ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ପାଇଁ ମଧ୍ୟ ଦାବି କରବେ ନବୀନ । ପାଂଚ ଦିନିଆ ଦିଲ୍ଲୀ ଗସ୍ତ ପୂର୍ବରୁ ସଚିବାଳୟରେ  ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ ନବୀନ । ଏହି ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଛନ୍ତି ।