ମାଟିରେ ମିଶିଲା ମହାଠକ ନିରବ ମୋଦିଙ୍କ ୧୦୦ କୋଟିର ଆଲିଶାନ୍ ବଙ୍ଗଳା । ମାତ୍ର ୫ ସେକେଣ୍ଡରେ ହେଲା ଧୂଳିସାତ୍, ଦେଖନ୍ତୁ ଭିଡିଓ

503

କନକ ବ୍ୟୁରୋ : ମାଟିରେ ମିଶିଲା ମହାଠକ ନୀରବ ମୋଦିଙ୍କ ୧୦୦ କୋଟି ଟଙ୍କାର ଆଲିବାଗ୍ ବଙ୍ଗଳା । ୫ ସେକେଣ୍ଡରେ ଧୂଳିସାତ୍ ହେଲା ୩୦ ହଜାର ସ୍କୋୟାର ଫୁଟର ବିଶାଲ ବିଲଡିଂ । ନାଭି ମୁମ୍ୱାଇର ଖିମଜୀ ବିଚରେ ଏହି ବିଲଡିଂକୁ ବେଆଇନ୍ ଭାବେ ନିର୍ମାଣ କରାଯାଇଥିଲା । ଯାହାକୁ ୧୦୦ କିଲୋ ବିସ୍ଫୋଟକ ସାହାଯ୍ୟରେ ଧ୍ୱଂସସ୍ତୁପରେ ପରିଣତ କରାଯାଇଛି ।


ନୀରବ ମୋଦୀ ବ୍ୟାଙ୍କ ଋଣ ଠକେଇ କରି ଦେଶ ଛାଡି ବିଦେଶରେ ଆତ୍ମଗୋପନ କରିଥିବା ବେଳେ , ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଏହି ବିଲଡିଂକୁ ଶୁକ୍ରବାର ରାୟଗଡ ଜିଲ୍ଲା ପ୍ରଶାସନ ମାଟିରେ ମିଶାଇ ଦେଇଛି । ବିଲଡିଂକୁ ମାଟିରେ ମିଶାଇବାକୁ ପ୍ରଶାସନ ୧୧୦ଟି ଡିନାମାଇଟ୍ ଷ୍ଟିକ୍ ବ୍ୟବହାର କରିଥିଲା । ବିଲଡିଂ ଭଂଗାଯିବାର ପୁରା ଚିତ୍ରକୁ ରେକର୍ଡ କରିଛି ଡ୍ରୋନ୍ କ୍ୟାମେରା ।

୩୦ କେଜିର ବିସ୍ଫୋରକରେ ମାତ୍ର ୫ ସେକେଣ୍ଡରେ ନୀରବ ମୋଦୀଙ୍କ ଏହି ପ୍ରାସାଦକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ପ୍ରଶାସନ । ପଂଜାବ ନାସନାଲ୍ ବ୍ୟାଙ୍କ୍ ଠକେଇରେ ନୀରବ ମୋଦୀ ଛନ୍ଦି ହେବା ପରେ ଏହି ବିଲଡିଂକୁ ଇଡି ସିଜ୍ କରିଥିଲା । ତେବେ ୨୦୦୧ରୁ ୨୦୦୨ ମସିହା ମଧ୍ୟରେ ଖିମଜୀ ବିଚ୍ ଅଂଚଳରେ ଏହିପରି ୪୦ଟି ବିଲଡିଂକୁ ମାଟିରେ ମିଶାଯିବ ବୋଲି ସ୍ପଷ୍ଟ କରିଛି ରାୟଗଡ ଜିଲ୍ଲା ପ୍ରଶାସନ ।