ନୂଆ ରେଳ ଲାଇନ ଓ ଦୋହରୀ କରଣ ପାଇଁ ଆଜିଠୁ ୨୬ ପର୍ଯ୍ୟନ୍ତ କିଛି ଟ୍ରେନ ବାତିଲ କଲା ରେଳବାଇ

ସମ୍ବଲପୁର-ଟିଟିଲାଗଡ଼ ସେକ୍ସନରେ ଟ୍ରେନ୍ ସେବା ବାତିଲ୍

152
କନକ ବ୍ୟୁରୋ : ବଲାଙ୍ଗୀର ଓ ଭଏଁସାପାଲି ମଧ୍ୟରେ ନୂଆ ରେଳ ଲାଇନ୍ ଏବଂ ବଲାଙ୍ଗୀର ଓ ଦେଓଗାଁ ରୋଡ୍ ଷ୍ଟେସନ୍ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସମ୍ବଲପୁର-ଟିଟିଲାଗଡ଼ ସେକ୍ସନରେ ଚଳିତ ମାସ ୧୫ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ କିଛି ଟ୍ରେନ୍କୁ ବାତିଲ ଓ ଆଂଶିକ ବାତିଲ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସମ୍ବଲପୁରରୁ ଛାଡ଼ୁଥିବା ସମ୍ବଲପୁର-କୋରାପୁଟ/ଜୁନାଗଡ଼ ରୋଡ୍ ପାସେଞ୍ଜର୍ ଟ୍ରେନ୍(୫୮୩୦୧/୫୮୩୦୩)କୁ ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ୍ କରାଯିବ। କୋରାପୁଟ/ଜୁନାଗଡ଼ ରୋଡ୍ରୁ ଛାଡ଼ୁଥିବା ଟ୍ରେନ୍ (୫୮୩୦୨/୫୮୩୦୪) କୋରାପୁଟ/ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର୍ ଟ୍ରେନ୍କୁ ୧୬ରୁ ୨୬ ତାରିଖ ପର୍ଯ୍ୟନ୍ତ ବାତିଲ୍ କରାଯିବ।

 

କିଛି ଟ୍ରେନ୍କୁ ଆଂଶିକ ବାତିଲ୍ କରାଯାଇଛି। ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର୍ (୫୮୨୧୪) ଟ୍ରେନ୍ ୧୬ରୁ ୨୫ ତାରିଖ ଯାଏଁ ସମ୍ବଲପୁର ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ପଥରେ ସମ୍ବଲପୁରଠାରୁ ଟିଟିଲାଗଡ଼-ବିଳାସପୁର ପାସେଞ୍ଜର(୫୮୨୧୩) ଟ୍ରେନ୍ ଭାବେ ଚଳାଚଳ କରିବ। ଏହି ଅବଧି ମଧ୍ୟରେ ଟ୍ରେନ ଦ୍ୱୟକୁ ଟିଟିଲାଗଡ଼ ଓ ସମ୍ବଲପୁର ମଧ୍ୟରେ ଭଉୟ ଦିଗରୁ ବାତିଲ୍ କରାଯିବ। ସେହିପରି ୨୦ରୁ ୨୫ ତାରିଖ ମଧ୍ୟରେ ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି ଏକ୍ସପ୍ରେସ୍(୧୨୮୯୩) ସମ୍ବଲପୁର ଷ୍ଟେସନ୍ ପର୍ଯ୍ୟନ୍ତ ଚଳାଚଳ କରିବ। ଫେରିବା ପଥରେ ସମ୍ବଲପୁରଠାରୁ ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ (୧୨୮୯୪) ଭାବେ ଚଳାଚଳ କରିବ। ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ଉଭୟ ଦିଗରୁ ଏହି ଅବଧି ମଧ୍ୟରେ ବାତିଲ୍ କରାଯିବ। ଏ ସଂପର୍କରେ ପୂର୍ବତଟ ରେଳପଥ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ସୂଚନା ଦିଆଯାଇଛି।