ନୂଆ ଟେକ୍ନୋଲୋଜି ସହ ନୂଆ ଫୋନ । ରହିଛି କିଛି ଏମିତି ଫିଚର, ଯାହା ଦୁନିଆରେ ପ୍ରଥମ

28

ବଜାରକୁ ଆସିଛି ଏକ ନୂଆ ଷ୍ଟାଇଲର ସ୍ମାର୍ଟ ଫୋନ । ନୂଆ ଫିଚର୍ସ ସହ ନୂଆ ଲୁକ । ଆଉ ଯାହା ସବୁ ଫିଚର୍ସ ଅଛି, ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ! ଏହି ଆଶ୍ଚର୍ଯ୍ୟଜନକ ସ୍ମାର୍ଟ ଫୋନ ବଜାରକୁ ଆଣିଛି ଭିଭୋ କମ୍ପାନୀ । ଭିଭୋ ତାର ପ୍ରତିଦ୍ୱନ୍ଦୀଙ୍କୁ ମାତ ଦେବାକୁ ଯଥେଷ୍ଟ ବୋଲି କହିଛି କମ୍ପାନୀ । ଡିସପ୍ଲେ ଭିତରେ ଫିଙ୍ଗର ପ୍ରିଂଟ, ଯାହା ପୃଥିବୀରେ ପ୍ରଥମ । ଚାଇନାର ସ୍ମାର୍ଟଫୋନ କମ୍ପାନୀ ଭିଭୋ ପ୍ରଥମ କମ୍ପାନୀ ଭାବେ ଅଣ୍ଡର ଡିସପ୍ଲେ ଫିଙ୍ଗରପ୍ରିଂଟ ସ୍କାନର ସ୍ମାର୍ଟଫୋନ ଲଂଚ କରିବାକୁ ଯାଉଛି ।

ଚୀନ ସାର୍ଟିଫିକେସନ ୱେବସାଇଟରେ ‘ଭିଭୋ ଏକ୍ସ୨୦ ପ୍ଲସ’ ଭେରିଏଂଟକୁ ତାଲିକାଭୁକ୍ତ କରିଛି । ‘ଭିଭୋ ଏକ୍ସ୨୦ ପ୍ଲସ ୟୁଡି’ ବିଷୟରେ କୁହାଯାଇଛି ଯାହାର ୟୁଡି ଅଣ୍ଡର ଡିସେପ୍ଲ କୁହାଯାଇଛି । ଏହାକୁ ନେଇ ବର୍ତ୍ତମାନ ଆଶା କରାଯାଉଛି ଯେ ଭିଭୋ ଖୁବ ଶୀଘ୍ର ଏହି ସ୍ମାଟଫୋନକୁ ବଜାରକୁ ଛାଡିପାରେ ।
୩ସି ସାର୍ଟିଫିକେସନ ୱେବସାଇଟରେ ଏହା ‘ବିକେ୧୧୨୪’ ମଡେଲ ନମ୍ବରରେ ତାଲିକାରେ ସ୍ଥାନ ପାଇଛି । ସୂଚନା ଅନୁସାରେ ଏହା ଫାଷ୍ଟ ଚାର୍ଜିଙ୍ଗ ସପୋର୍ଟ କରିବା ସହିତ ଏଥିରେ ୪ଡି ଏଲଟିଇ ମଧ୍ୟ ଯୋଗାଇଦିଆଯାଇଛି । କିନ୍ତୁ ଏହା ବିଷୟରେ ସଂପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇନାହିଁ ।କଜ୍ୟୁମର ଇଲେକଟ୍ରୋନିକ ସୋ ୨୦୧୮ କିଛି ଦିନ ଭିତରେ ଆରମ୍ଭ ହେବାକୁ ଯାଉଛି । ଏବଂ ଏହି କମ୍ପାନୀ ଅଣ୍ଡର ଡିସପ୍ଲେ ଫିଙ୍ଗର ପ୍ରିଂଟ ସ୍ମାର୍ଟଫୋନ ବଜାରକୁ ଛାଡିପାରେ ।

ନିକଟରେ ଟେକ ଆନାଲିଷ୍ଟ, ପ୍ୟାଟ୍ରିକ ମୁରହେଡ ଏକ ଟୁଇଟ କରିଥିଲେ । ଯେଉଁଥିରେ ସେ ଡିସେପ୍ଲ ଭିତରେ ଫିଙ୍ଗର ପ୍ରିଂଟ ସ୍କାନର ଥିବା ସ୍ମାର୍ଟଫୋନର ଫଟୋକୁ ପୋଷ୍ଟ କରିଥିଲେ । ପ୍ୟାଟ୍ରିକଙ୍କ କହିବା ଅନୁସାରେ ଏହା ଏକ ଭିଭୋ ସ୍ମାର୍ଟଫୋନ ଓ ଏହାର ଫିଙ୍ଗର ଫ୍ରିଂଟ ଡିସପ୍ଲେ ମଧ୍ୟରେ ଦିଆଯାଇଛି । ଏହା ସହିତ ଏଥିରେ ସିଏମଓଏସ ସେଂସର ମଧ୍ୟ ଯୋଗାଇଦିଆଯାଇଛି । ଏହାର ମୋଟା ୭ମିମି ହୋଇଥିଲା ବେଳେ ଓଏଲଇଡି ଡିସପ୍ଲେ ଜରିଆରେ ଏହା ଫିଙ୍ଗର ପ୍ରିଂଟକୁ ଖୁବ ଶୀଘ୍ର ଚିହିଁବାରେ ସକ୍ଷମ ଅଟେ ।

ଏହି ଟେକନୋଲୋଜିକୁ ଜାଣିଥିବା ପ୍ୟାଟ୍ରିକ କହିଛନ୍ତି, ଯେ ଏହା ଖୁବ ଶୀଘ୍ର କାମ କରିବା ସହିତ ଖୁବ ସହଜ । ଏହି ଟେକନୋଲୋଜି ‘ଆଇଫୋନ-ଏକ୍ସ’ ରେ ଦିଆଯାଇଥିବା ଫେସିଆଲ ରେକଗନାଇଜେସନ ଫିଚର ଠାରୁ ଦୁଇଗୁଣା ଅଧିକ ସ୍ପିଡ ବୋଲି କହିଛନ୍ତି ।