ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପିକାଙ୍କୁ ଅସଦାଚରଣ ଘଟଣାର ନୂଆମୋଡ ! ଅଭିଯୋଗରେ ସତ୍ୟତା ନାହିଁ ବୋଲି କହିଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ ।

16

କନକ ବ୍ୟୁରୋ : ରେଭେନସା ବିଶ୍ୱବିଦ୍ୟାଳୟରେ ପ୍ରାଧ୍ୟାପିକାଙ୍କୁ ଅସଦାଚରଣ ଘଟଣା ନୂଆ ମୋଡ ନେଇଛି । ଘଟଣାର ତଦନ୍ତ କରୁଥିବା ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ରିପୋର୍ଟରେ ପ୍ରାଧ୍ୟାପିକାଙ୍କ ଅଭିଯୋଗର ସତ୍ୟତା ନାହିଁ ବୋଲି କହିଛି । ବିଶ୍ୱବିଦ୍ୟାଳୟର ଜଣେ ପ୍ରାଧ୍ୟାପିକା ନିଜ ବିଭାଗର ଜଣେ ପ୍ରାଧ୍ୟାପକଙ୍କ ବିରୋଧରେ ଏହି ଅସଦାଚରଣ ଅଭିଯୋଗ ଆଣିଥିଲେ ।

ରିପୋର୍ଟ ଆସିବା ପରେ ସଂପୃକ୍ତ ପ୍ରାଧ୍ୟାପିକାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଅସଦାଚରଣ ନେଇ ସଂପୃକ୍ତ ପ୍ରାଧ୍ୟାପିକା ଥାନାରେ ଅଭିଯୋଗ କରିଥିଲେ । ସଂପୃକ୍ତ ପ୍ରାଧ୍ୟାପିକା ଏହାକୁ ବିରୋଧ କରିବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଯାଇଥିବା ବି ଅଭିଯୋଗ ହୋଇଥିଲା । ପୋଲିସ ବିଶ୍ୱବିଦ୍ୟାଳୟକୁ ଯାଇ ତନାଘନା କରିଥିଲା । କୁଳପତିଙ୍କ ନିକଟରେ ଉଭୟଙ୍କ ଅଭିଯୋଗ ପରେ ଘଟଣାକୁ ରେଭେନ୍ସା କର୍ତ୍ତୃ ପକ୍ଷ ମଧ୍ୟ ଗୁରୁତର ସହ ନେଇଥିଲେ । କମିଟିକୁ ୧୦ରୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ବିଶ୍ୱବିଦ୍ୟାଳୟର ଡିପାର୍ଟମେଂଟ କୋଠରୀରେ ପ୍ରଧ୍ୟାପିକାଙ୍କ ନିଜ ବିଭାଗର ଜଣେ ସରକାରୀ ପ୍ରଫେସର, ପ୍ରାଧ୍ୟାପିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ କରିଥିଲା । ସଂପୃକ୍ତ ଅଧ୍ୟାପିକା ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ସଂପୃକ୍ତ ପ୍ରାଧ୍ୟାପିକା ଏହାକୁ ବିରୋଧ କରିବାରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଯାଇଥିବା ଅଭିଯୋଗ ହୋଇଥିଲା । ପୋଲିସ ତନାଘନା କରିବା ସହ ବିଶ୍ୱବିଦ୍ୟାଳୟକୁ ଯାଇ ତନାଘନା କରିଥିଲା । ଏପରିକି ସଂପୃକ୍ତ ପ୍ରାଧ୍ୟାପିକାଙ୍କୁ ବି ଏ ବାବଦରେ ପଚରାଉଚରା କରିଥିଲା ।