ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ଘଟଣା ! ୨୨ ବର୍ଷଧରି ଶରୀର ମଧ୍ୟରେ ରହିଥିଲା ଛୁଂଚି

24

ସାଧାରଣତଃ ଛୁଂଚି ଶରୀରରେ ଫୋଡି ହୋଇଗଲେ କଷ୍ଟ ହୁଏ, ଏବଂ ତୁରନ୍ତ ଆମେ ତାକୁ କେମିତି ଶରୀର ମଧ୍ୟରୁ ବାହାର କରିପାରିବା ସେ ଚେଷ୍ଟାରେ ଲାଗିପଡୁ । କିନ୍ତୁ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଜଣେ ବ୍ୟକ୍ତିଙ୍କ ଶରୀର ଭିତରେ ଏକ ଛୁଂଚି ୨୨ବର୍ଷ ପର୍ଯ୍ୟନ୍ତ ରହିଥିବାର ଦେଖିବାକୁ ମିଳିଛିି, ଏବଂ ବହୁତ ଦିନ ହୋଇଯାଇଥିବାରୁ ସେହି ଛୁଂଚିରେ କଳଙ୍କି ମଧ୍ୟ ଲାଗିଯାଇଛି । ଏମିତି ଏକ ରିପୋର୍ଟ “ଦୈନିକ ଜାଗରଣ’ରେ ପ୍ରକାଶ ପାଇଛି ।

ଘଟଣାଟି ଘଟିଛି କେରଳର ଥିରୁଅନନ୍ତପୁରମରେ । କିରଣ କୁମାର(୩୪) ନାମକ ଜଣେ ବ୍ୟକ୍ତି ୨୨ ବର୍ଷ ପୂର୍ବରୁ ଖେଳୁଥିବା ସମୟରେ ତାଙ୍କ ଶରୀରରେ ଛୁଂଚି ଗଳି ଯାଇଥିଲା । ଏବଂ ତାଙ୍କୁ ତାଙ୍କ ଘରଲୋକ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ ।

ଡାକ୍ତରଙ୍କ ଶତଚେଷ୍ଟା ସତ୍ୱେ ତାଙ୍କ ଶରୀରରୁ ଛୁଂଚି ବାହାର କରି ପାରି ନଥିଲେ । କେବଳ କିଛି ଓା÷÷ଷଧ ଦେଇ ଡାକ୍ତର ତାଙ୍କୁ ହସ୍ପିଟାଲରୁ ଛାଡି ଦେଇଥିଲେ । ଏବଂ ତାଙ୍କ ଘରଲୋକ ମଧ୍ୟ ଏହି ଘଟଣାକୁ ହାଲକାର ସହିତ ନେଇ ଆସ୍ତେ ଆସ୍ତେ ଭୂଲି ଯାଇଥିଲେ ।

କେବଳ କିଛି ଓା÷÷ଷଧ ଦେଇ ଡାକ୍ତର ତାଙ୍କୁ ହସ୍ପିଟାଲରୁ ଛାଡି ଦେଇଥିଲେ । ତାଙ୍କ ଘରଲୋକ ମଧ୍ୟ ଏହି ଘଟଣାକୁ ହାଲକାର ସହିତ ନେଇ ଆସ୍ତେ ଆସ୍ତେ ଭୂଲି ଯାଇଥିଲେ ।

ଅଚାନକ ୨୨ ବର୍ଷ ପରେ ସେଇ ଘଟଣା ପାଇଁ କିରଣ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ହୋଇ ଯାଇଥିଲା । ୨୨ ବର୍ଷ ତଳର ଏହି ଘଟଣା ଏବେ ତାଙ୍କ ଜୀବନକୁ ସଂପୂର୍ଣ୍ଣ ବଦଳାଇ ଦେଇଛି ।

ଡାକ୍ତରଙ୍କୁ ଦେଖେଇଲାପରେ ସେମାନେ ମଧ୍ୟ ସମସ୍ୟାକୁ ଠିକରେ ବୁଝି ପାରିନଥିଲେ , ସିଟିସ୍କ୍ୟାନ୍ କଲାପରେ ଅସଲ କଥାଟି ସାମ୍ନାକୁ ଆସିଥିଲା, ତାଙ୍କ ଶରୀର ମଧ୍ୟରେ ଥିବା ଛୁଂଚି କଳଙ୍କି ଲାଗିଥିବା ଅବସ୍ଥାରେ ଦେଖାଯାଇଥିଲା ।

ଏହି ଘଟଣା ଡାକ୍ତର ମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲା, ଡାକ୍ତର ମାନେ ସଫଳ ଭାବରେ ଅସ୍ତ୍ରୋପଚାର କରି ଏହି ଛୁଂଚିକୁ ବାହାରକୁ କାଢିବାରେ ସଫଳତା ପାଇଥିଲେ ।