ନୟାଗଡରେ ଖାପ୍ ପଂଚାୟତ : ଯୁବକ ଯୁବତୀଙ୍କୁ ଖୁଂଟରେ ବାନ୍ଧିଲେ ଗାଁଲୋକେ

18

ନୟାଗଡ : ନୟାଗଡ ଓଡଗାଁ ମଦନପୁରରେ ଘଟିଛି ଅଭାବନୀୟ ଘଟଣା। ଜଣେ ଯୁବତୀ ଓ ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଂଟରେ ବାନ୍ଧିଲେ ଗାଁଲୋକେ । ସୂଚନା ଅନୁସାରେ କିଛି ଦିନ ହେବ ନୟାଗଡ ମାଛିପଡା ଅଂଚଳର ୨ ଜଣ ଯୁବକଙ୍କ ସହ ସଂପୃକ୍ତ ଯୁବତୀ ରହୁଥିବାର ଗାଁ ଲୋକେ ଦେଖିବାକୁ ପାଇଥିଲେ । ତେବେ ଏମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଗାଁଲୋକେ ସନ୍ଦେହ କରିଥିଲେ ।

ପରେ ଗାଁରେ ବସିଥିଲା ପଂଚାୟତ । ଖାପ୍ ପଂଚାୟତ ଶୈଳୀରେ ଯୁବକ-ଯୁବତୀଙ୍କୁ ବିଦ୍ୟୁତ ଖୁଂଟରେ ବାନ୍ଧିଥିଲେ ଗାଁ ଲୋକେ। ଘଟଣାସ୍ଥଳରେ ପୁଲିସ ପହଂଚି ଗାଁଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଗାଁଲୋକେ ଏହାକୁ ବିରୋଧ କରିଥିଲେ। ପଂଚାୟତରେ ଦଣ୍ଡବିଧାନ ପରେ ଯୁବକ ଓ ଯୁବତୀଙ୍କୁ ଗାଁଲୋକେ ଛାଡି ଦେଇଛନ୍ତି। ସେପଟେ ଏନେଇ ପୁଲିସ ତଦନ୍ତ ଜାରି ରଖିଛି।