ନୟାଗଡ ବାଣ କାରଖାନା ବିସ୍ଫୋରଣ ଘଟଣା : ମୃତକଙ୍କ ସଂଖ୍ୟା ୫କୁ ବୃଦ୍ଧି

54

ନୟାଗଡ : ନୟାଗଡ ଇଟାମାଟି ବାଣ ଫ୍ୟାକ୍ଟ୍ରି ବିସ୍ଫୋରଣ ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇ ୫ରେ ପହଁଚିଛି । କଟକ ବଡଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୪ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସିତ ହେଉଥିବା ୬ଜଣଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ୧୦ ଜଣଙ୍କୁ ଭର୍ତି କରାଯାଇଥିଲା ବଡଡାକ୍ତରଖାନାରେ ।

ବର୍ତମାନ ସୁଦ୍ଧା ନୟାଗଡ ଇଟାମାଟିର ବାଣ କାରଖାନା ବିସ୍ଫୋରଣ ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଲାଣି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା । ବାଣ ଭିଡୁଥିବା ବେଳେ ଏହି ଅଘଟଣ ଘଟିଥିଲା । ଫଳରେ ୧୨ ଜଣ ଆହତ ଥିବା ସୂଚନା ମିଳିଛି ।