ଅମଲିପାଲ୍ଲିରେ କେନ୍ଦ୍ର ଅବହେଳା କଥା ଉଠାଇଲେ ନବୀନ୍ ! କହିଲେ, ଶତାଦ୍ଦୀ ଏକ୍ସପ୍ରେସ ଓ କୋଇଲା ରୟାଲିଟି ପାଇଁ ଦାବି ହୋଇଛି ହେଲେ ଶୁଣୁନି କେନ୍ଦ୍ର

153

କନକ ବ୍ୟୁରୋ : ଝାରସୁଗୁଡା ଅମଲିପାଲ୍ଲୀ ଜନସଭାରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜୁହାର କହି ଅମଲିପାଲ୍ଲୀ ଜନସଭାରେ ଅଭିଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ବିଜେଡିରେ ସାମିଲ ହୋଇଥିବାରୁ ନବ ଦାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି ନବୀନ । ଆଜି ୬ ଶହ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରାଗଲା । ଆଗକୁ ଝାରସୁଗୁଡା ଆହୁରି ଉନ୍ନତି ହେବ । ଆପଣମାନଙ୍କୁ ନେଇ ଝାରସୁଗୁଡା ଆଗକୁ ଯିବ । ନବୀନ କହିଛନ୍ତି ଖୁବ ଶୀଘ୍ର ବେଲପାହାଡ଼ରେ ମେଡ଼ିକାଲରେ ଓ ଚକିପଦାରେ ରେଲୱେ ଓଭରବ୍ରିଜ ତିଆରି ହେବ । କେନ୍ଦ୍ରକୁ ଟାର୍ଗେଟ କରି ନବୀନ କହିଛନ୍ତି କିଛି ଦିନ ତଳେ ଝାରସୁଗୁଡ଼ାରେ ବିମାନମନ୍ଦର ଉଦଘାଟିତ ହୋଇଥିଲା । ହେଲେ ବିମାନବନ୍ଦରରୁ ବିମାନ ଉଡ଼ିଲା ନାହିଁ । ଓଡି଼ଶା ସରକାର ପାଂଠି ଦେବା ପାଇଁ କହିଥିଲେ ମଧ୍ୟ ଏହାଏଁ ବିମାନ ଚଳାଚଳ ସମ୍ଭବ ହୋଇପାରୁନାହିଁ ।

ବିମାନ ନହେଲେ ନାହିଁ ଝାରସୁଗୁଡ଼ା ପାଇଁ ଗୋଟିଏ ଶତାବ୍ଦୀ ଏକ୍ସପ୍ରେସ ଦିଆଯାଉ ବୋଲି କେନ୍ଦ୍ର ନିକଟରେ ଦାବି ହୋଇଥିଲା । ଏହାବ୍ୟତୀତ କୋଇଲା ୟାଲିଟି ପାଇଁ ମଧ୍ୟ କେନ୍ଦ୍ର ନିକଟରେ ଦାବି ହୋଇଛି । ୫ ମିନିଟରେ ଏନେଇ ନିଷ୍ପତି ହୋଇପାରିବ । କିନ୍ତୁ ଏଥିପାଇଁ ସରକାର କେନ୍ଦ୍ର କର୍ଣ୍ଣପାତ କରୁନାହାନ୍ତି । କେନ୍ଦ୍ରର ଅବହେଳା ଯୋଗୁଁ ଓଡ଼ିଶା ହଜାର ହଜାର କୋଟି ଟଙ୍କା ହରାଉଛି ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନାଯୋଗ୍ୟ ଝାରସୁଗୁଡ଼ା ଜିଲ୍ଲା ଅମଲିପାଲିଠାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ପାଇଁ ୬୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା, ଲଖନପୁର ବ୍ଲକରେ ୩୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୬ଟି ଉଠା ଜଳସେଚନ ପ୍ରକଳ୍ପ ଓ ୧୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଝାରସୁଗୁଡ଼ା ଓ କିରମିରା ବ୍ଳକର ୨ଟି ଗ୍ରିଡ୍ ସବଷ୍ଟେସନକୁ ଉଦଘାଟନ କରିଛନ୍ତି । ସେହିପରି ୧୪୫ କୋଟି ଟଙ୍କା ବ୍ୟୟ ଅଟକଳରେ ଝାରସୁଗୁଡ଼ା କ୍ୟାନସର କେୟାର ହସ୍ପିଟାଲ, ୩୮୮ କୋଟି ଟଙ୍କା ବ୍ୟୟ ଅଟକଳର ଜଳସେଚନ ପ୍ରକଳ୍ପ, ୩୫ କୋଟି ଟଙ୍କା ବ୍ୟୟ ଅଟକଳରେ ଚଉକିପଡ଼ା ରେଳ ଓଭରବ୍ରିଜର ଶିଳାନାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ୩୪୮୯ ଏସଏଚଜିଙ୍କୁ ଡିଜିଟାଲ ସଶକ୍ତିକରଣ ସହାୟତା ବାବଦରେ ୧ କୋଟି ଟଙ୍କା ପ୍ରଦାନ ସହିତ ୧୦୦୨ ଭୂମିହୀନ ପରିବାରକୁ ଭୂମିପଟ୍ଟା ଆବଣ୍ଟନ କରିଛନ୍ତି ।