ଡରିଗଲେ କି ସୁପ୍ରିମୋ ! ଭର୍ତୃହରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କାହିଁକି ଯାଉନି ନବୀନଙ୍କ ହାତ

29

କନକ ବ୍ୟୁରୋ : ଦଳୀୟ ପ୍ରସଙ୍ଗରେ ବାହାରେ ବିବୃତି ନଦେବାକୁ ବିଜେଡି ସୁପ୍ରିମୋଙ୍କ ବାରମ୍ବାର ତାଗିଦ ସତ୍ୱେ ମାନୁ ନାହାନ୍ତି ନେତା । ଗଣମାଧ୍ୟମରେ ଖୋଲାଖୋଲି ଜାହିର କରୁଛନ୍ତି ଅସନ୍ତୋଷ । ଖବରକାଗଜ ଅଥବା ସୋସିଆଲ ମିଡିଆରେ ଲେଖା ଲେଖି ଦଳର ଫାଟକୁ ପଦାରେ ପକାଉଛନ୍ତି । ଦଳର ନେତା ନମ୍ବର ୱାନଙ୍କୁ ଚେତାଇ ଦେଉଛନ୍ତି ସମ୍ଭାବ୍ୟ ସଂକଟ ସଂପର୍କରେ । ଏପରିକି ଦଳରେ ପରିଚାଳନାଗତ ତୃଟିକୁ ବି ସର୍ବସାଧାରଣରେ ଆକ୍ଷେପ କରୁଛନ୍ତି, ଯାହା ଦଳୀୟ ଫୋରମରେ ହେବାକଥା । ଭର୍ତୃହରି, ବୈଜୟନ୍ତ ଏବଂ ତଥାଗତଙ୍କ ଲେଖା ବା ଟ୍ୱିଟର ପୋଷ୍ଟକୁ ବିଚାର କଲେ ଏହା ଜଳଜଳ ଦେଖାଯାଉଛି ।

ବିବାଦୀୟ ବୟାନ ରଖୁଥିବା ନେତାଙ୍କ ବିରେଧରେ ନବୀନ କାର୍ଯ୍ୟନୁଷ୍ଠାନ ନେବାକୁ ଡରୁଛନ୍ତି କାହିଁକି ?

• ରାଜ୍ୟରେ ବିଜେପିର ଅଭ୍ୟୁଦୟ ବିଜେଡି ମୁଖିଆଙ୍କୁ କାର୍ଯ୍ୟାନୁଷ୍ଠାନ ନେବାରେ ଅସୁବିଧା କରୁଛି କି?
• କାର୍ଯ୍ୟାନୁଷ୍ଠାନ ନେଲେ ଦଳ ଭିତରେ ଅସନ୍ତୋଷ ରହିଛି ବୋଲି ମ୍ୟାସେଜ ଯିବ କି?
• ନାଲିଆଖିର ଶିକାର ନେତା ଏକାଠି ହେବାର ଆଶଙ୍କା କରୁଛନ୍ତି ନବୀନ ?
• ୨୦୧୯ ନିର୍ବାଚନ ପୂର୍ବରୁ ଯଗିରଖି ବାଟ ଚାଲିବାକୁ ଚାହୁଁଛନ୍ତି କି ବିଜେଡି ସୁପ୍ରିମୋ?

ସୁପ୍ରିମୋଙ୍କ ତାଗିତକୁ ବେଖାତିର କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଡରୁଛନ୍ତି ନବୀନ । ଯାହା ଆଗରୁ ଦେଖାଯାଉ ନଥିଲା । ଦଳକୁ କ୍ଷତି ପହଂଚାଇଲା ଭଳି ମନ୍ତବ୍ୟ ଦେବାମାତ୍ରେ ତତକ୍ଷଣାତ ହେଉଥିଲା କାର୍ଯ୍ୟାନୁଷ୍ଠାନ । ସଫେଇ ରଖିବାକୁ ମଧ୍ୟ ମିଳୁନଥିଲା ସୁଯୋଗ । ବିଜେଡି ସାଂସଦ ଭର୍ତୃହରିଙ୍କ ବିବାଦୀୟ ଆଲେଖ୍ୟ ପରେ ଯେବେ ନବୀନ କଡା ତାଗିଦ କଲେ, ଦଳର ଅନ୍ୟନେତାମାନେ ବି ତାଙ୍କ ସ୍ୱରରେ ସ୍ୱର ମିଳାଇଲେ । ହେଲେ କେବଳ ତାଗିଦରେ ସୀମିତ ରହିଗଲା ସୁପ୍ରିମୋଙ୍କ ନାଲିଆଖି । କଣ କାର୍ଯ୍ୟାନୁଷ୍ଠାନ ପାଇଁ ଠିକଣା ସମୟକୁ ଅପେକ୍ଷା କରିଛନ୍ତି ନବୀନ?