ଜିଏସଟି ଲାଗୁ ନେଇ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

40

କନକ ବ୍ୟୁରୋ : ମଧ୍ୟରାତ୍ରିରୁ ମୋଦି ସରକାର ଜିଏସଟି ଲାଗୁ କରିଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱଟ୍ କରି ସେ କହିଛନ୍ତି ଯେ, ଜିଏସଟି ଲାଗୁ ସହଜ, ସରଳ ଏବଂ ଦ୍ୱନ୍ଦ୍ୱ ଦୂରକାରୀ ହେବା ଆବଶ୍ୟକ । ସରକାର ଏକକ ଟିକସ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସହ ସାଧାରଣ ଲୋକ, ଶିଳ୍ପ ଓ ବାଣିଜ୍ୟ ଲାଭାନ୍ୱିତ ନେଇ ଦୃଷ୍ଟି ଦେବା ଉଚିତ ବୋଲି ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।