ମୁଁ ଚାହୁଁଛି କ୍ୟାଟ୍ରିନା ସବୁବେଳେ ମୋ ସହ ରୁହନ୍ତୁ : ରଣବୀର କପୁର

35

ବ୍ରେକଅପ୍ ପରେ ରଣବୀର-କ୍ୟାଟ୍ରିନା ‘ଜଗା ଜାସୁସ୍’ ରେ ପ୍ରଥମଥର ଏକାଠି କାମ କରିଥିଲେ ଏବଂ ଏହି କାରଣରୁ ଫିଲ୍ମର ସୁଟିଂରେ କିଛି ପ୍ରଭାବ ପଡିଥିଲା । ଏମିତି କି ଫିଲ୍ମଟି ପୂରା ହେବାରେ ୩ବର୍ଷ ଲାଗିଗଲା । କିନ୍ତୁ ଏବେ ଫିଲ୍ମର ପ୍ରୋମୋସନ ସମୟରେ ଦୁହେଁ ଖୁବ୍ ଖୁସି ନଜର ଆସିଥିଲେ । ପରସ୍ପର ପ୍ରତି ଭଲ ବାତାବରଣ ଥିଲା । ଏହି ଅବସରରେ କଥାବାର୍ତ୍ତା ବେଳେ ରଣବୀର , କ୍ୟାଟ୍ରିନାଙ୍କୁ ଖୁବ୍ ତାରିଫ୍ କରିଥିଲେ । କହିଥିଲେ , ମୁଁ ଚାହୁଁଛି ସେ ସବୁବେଳେ ମୋ ଜୀବନ ସହ ଜଡିତ ଥା’ନ୍ତୁ । ଆଉ ମଧ୍ୟ ରଣବୀର କହିଥିଲେ ମାତା-ପିତାଙ୍କ ପରେ ଯଦି କାହାଠୁ କିଛି ଶିଖିଛି ସେ ହେଉଛନ୍ତି କ୍ୟାଟ୍ରିନା । ଆମର ବନ୍ଧୁତା ୧୦ ବର୍ଷର ଏବଂ ମୁଁ ତାଙ୍କ ଠାରୁ ଯାହା ବି ଶିଖିଛି ତାର ଶ୍ରେୟ କେବଳ ତାଙ୍କୁ ଦେଉଛି (କ୍ୟାଟ୍ରିନା) ।

କ୍ୟାଟ୍ରିନାଙ୍କୁ ତାରିଫ୍ କରି ରଣବୀର କହିଥିଲେ , ସେ ବହୁତ ପଜିଟିଭ୍ , ପରିଶ୍ରମୀ ଓ ନିଷ୍ଠାବାନ୍ ଝିଅ । ସେ ଏମିତି ଜଣେ କଳାକାର ଯିଏ ଚାହାଁନ୍ତି ତାଙ୍କର ସାଥୀ କଳାକାର ନିଜର କାମ ଦ୍ୱାରା ତାରିଫ୍ ପାଆନ୍ତୁ । କ୍ୟାଟ୍ରିନା କାହା ସହ କମ୍ପିଟିସନ ମନୋବୃତ୍ତି ରଖନ୍ତି ନାହିଁ । ରଣବୀରଙ୍କ ମୁହଁରେ କ୍ୟାଟ୍ରିନାଙ୍କ ପ୍ରଶଂସା ଶୁଣି ପ୍ରଶଂସକ ଖୁସି ହୋଇଥିଲେ ।