ନବ ନିର୍ମାଣ କୃଷକ ସଂଗଠନର ୨ ଘଂଟିଆ ଚକାଜାମ ଆନ୍ଦୋଳନ ! ଭୁବନେଶ୍ୱରରେ ରେଳ ରୋକ୍ କଲେ ଶତାଧିକ ଚାଷୀ

33

କନକ ବ୍ୟୁରୋ : ନବ ନିର୍ମାଣ କୃଷକ ସଂଗଠନ ତରଫରୁ ଚକାଜାମ ଆନ୍ଦୋଳନ । ରାଜ୍ୟର ବିଭିନ୍ନ ସ୍ଥାନରେ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂଗଠନ ପକ୍ଷରୁ ୨ ଘଂଟିଆ ବନ୍ଦ ପାଳନ କରାଯାଇଛି । ତେବେ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ ରେଳ ଷ୍ଟେସନରେ ଶତାଧିକ କୃଷକ ରେଳ ରୋକ କରିଛନ୍ତି ।

ଭୁବନେଶ୍ୱର-ରାମେଶ୍ୱର ଟ୍ରେନକୁ ସଂଗଠନ ପକ୍ଷରୁ ଅଟକ ରଖାଯାଇଥିଲା । ଭୁବନେଶ୍ୱର-ପୁରୀ, କଟକ –ବାଲିକୁଦା, କେନ୍ଦୁଝର ହରିଚନ୍ଦନପୁର,ଯାଜପୁର ଧମର୍ଶାଳା, ପିପିଲି ପଟନାୟକିଆଠାରେ ରାସ୍ତା ଅବରୋଧ କରିଛନ୍ତି କୃଷକ ସଂଗଠନ । ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରିବା, ଚାଷୀଙ୍କ ଋଣ ଛାଡ଼ ଓ ଚାଷୀଙ୍କୁ ପେନସନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି । ତେବେ ପୁଲିସ ସଂଗଠନର ସମସ୍ତ କର୍ମୀଙ୍କୁ ଗିରଫ କରିଛି ।

ସେହିପରି କଟକରେ ମଧ୍ୟ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ରାସ୍ତା ଅବରୋଧ କରିଥିବା ସଂଗଠନର ସମସ୍ତ କର୍ମୀଙ୍କୁ ପୁଲିସ ଗିରଫ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –