ନବଦିଗନ୍ତ ଚିଟଫଣ୍ଡ ମାମଲାର ଆସିଲା ରାୟ : ସଂସ୍ଥା ମୁଖ୍ୟ ଅଂଜନ ବଳିୟାର ସିଂଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

72

କନକ ବ୍ୟୁରୋ : ଚିଟଫଣ୍ଡ ଲୁଟେରାଙ୍କୁ ଜେଲ । ନବଦିଗନ୍ତ ଚିଟଫଣ୍ଡ ସଂସ୍ଥା ଏମ୍ଡି ଅଞ୍ଜନ ବଳିୟାର ସିଂହକୁ ଜେଲ ଦଣ୍ଡାଦେଶ । ଲୋକଙ୍କ ଠାରୁ ୧୬ କୋଟିରୁ ଉର୍ଦ୍ଧ ଟଙ୍କା ଠକି ନେଇଥିବା ଅଞ୍ଜନଂକୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇଙ୍କ କୋର୍ଟ । ଲୋଭନୀୟ ସ୍କିମ ଦେଖାଇ ଲୋକଙ୍କୁ ହରିଲୁଟ କରିଥିବା ଅଞ୍ଜନଙ୍କ ଠାରୁ ବହୁ ନେତା ଓ ମନ୍ତ୍ରୀ ବି ଲାଭବାନ ହୋଇଥିବା ଅଭିଯୋଗ ଆସିଥିଲା ।

ମାମଲାରେ ସଂପୃକ୍ତ ସାଂସଦ ରାମଚନ୍ଦ୍ର ହାଂସଦା, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ହିତେଶ ବଗର୍ତୀଙ୍କ ଲିଙ୍କ୍ ନେଇ ସିବିଆଇ ତାଂକୁ ଗିରଫ କରିଥିଲା । ତେବେ ସଂସ୍ଥାର ଏମଡି ଅଞ୍ଜନ ବଳିୟାର ସିଂ ପୁର୍ବରୁ ଭୁବନେଶ୍ୱରର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇ ନିଜ ଦୋଷ ସ୍ୱୀକାର କରିଥଲେ । ଚିଟଫଣ୍ଡ ସଂସ୍ଥା ଭାବେ ପ୍ରଥମେ ସିବିଆଇ ସ୍କାନରକୁ ଆସିଥଲା ନବଦିଗନ୍ତ କ୍ୟାପିଟାଲ୍ ସର୍ଭିସେସ୍ ।

ଏହାପରେ ୨୦୧୪ ଅକ୍ଟୋବରରେ ଗିରଫ ହୋଇଥିଲେ ଅଞ୍ଜନ ବଳିୟାରସିଂ । ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଂକୁ ଦୋଷୀ ସାବ୍ୟସ୍ତ କରିବା ପରେ ମାମଲାରେ ସଂପୃକ୍ତ ପୂର୍ବତନ ସାଂସଦ ଓ ନେତାଙ୍କ ଅଡୁଆ ବଢିବା ସମ୍ଭାବନା ରହିଛି । ସେପଟେ ରିୟଲ ତୁଲିପ ଚିଟଫଣ୍ଡ ମାମଲାରେ ସଂସ୍ଥାର ୪ ନିର୍ଦ୍ଦେଶକଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ଏଥିସହ ୨୯ କୋଟି ଟଙ୍କା ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।