ଓଡିଶା ଚାଷୀ ମାଲାମାଲ୍! ତୃତୀୟ କୃଷି କ୍ୟାବିନେଟରେ ସରକାରଙ୍କ ଚମକାଇଲା ଭଳି ଖବର

91

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ୧୦ ବର୍ଷରେ ଓଡ଼ିଶାର ଚାଷୀଙ୍କ ଆୟ ଦୁଇଗୁଣା ହୋଇଛି । ସାରା ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ୧୦ ବର୍ଷରେ ଚାଷୀଙ୍କ ଆୟ ଦୁଇଗୁଣା ହୋଇଛି । ତୃତୀୟ କୃଷି କ୍ୟାବିନେଟ୍ ବୈଠକରେ ଏଭଳି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ନାସନାଲ୍ ସାମ୍ପଲ୍ ସର୍ଭେ ରିପୋର୍ଟ ଅନୁସାରେ ଓଡ଼ିଶା ଏଭଳି ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

ରିପୋର୍ଟ ଅନୁସାରେ, ୨୦୦୩ରେ ଓଡ଼ିଶାର ଚାଷୀଙ୍କ ମୁଣ୍ଡ ପିଛା ଆୟ ମାସକୁ ମାତ୍ର ହଜାରେ ଟଙ୍କା ଥିବା ବେଳେ ୨୦୧୩ ମସିହାରେ ଏହା ମାସକୁ ୨୦୦୦ ଟଙ୍କାରୁ ଅଧିକ ହୋଇଛି । ହରିୟାନା, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଚାଷୀଙ୍କ ଆୟ ବଢ଼ିଥିଲେ ସୁଦ୍ଧା ଏହି ସମୟ ଭିତରେ କୌଣସି ରାଜ୍ୟରେ ଚାଷୀଙ୍କ ଆୟ ଦୁଇଗୁଣା ହୋଇନାହିଁ ବୋଲି ସେ କହିଛନ୍ତି ।

ବିଶେଷକରି ଗୃହପାଳିତ ପଶୁ ପାଳନ ଯୋଗୁଁ ଚାଷୀଙ୍କ ଆୟ ବଢ଼ିଥିବା ଜଣାପଡ଼ିଛି । କୃଷିକୁ ଲାଭଜନକ କରିବା ପାଇଁ ଅନେକଗୁଡ଼ିଏ ପଦକ୍ଷେପ ନିଆଯାଉଥିବା କଥା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।