ଫେସବୁକ୍ ନୋଟିଫିକେସନକୁ କୁହନ୍ତୁ “ଡୁ ନଟ୍ ଡିସଟର୍ବ” ! ଫେସବୁକ୍ ଲଞ୍ଚ୍ କଲା ଏଭଳି ଏକ ଫିଚର ଯାହା ଦୂର କରିବ ଆପଣଙ୍କ ଟେନସନ୍ ।

79

ମୋବାଇଲ ଫୋନରେ ଯେଭଳି କୌଣସି ମାର୍କେଟିଂ ବା ପ୍ରମୋସନ୍ କଲକୁ ରୋକିବା ପାଇଁ ଟେଲିକମ୍ କମ୍ପାନୀ “ଡୁ ନଟ୍ ଡିସଟର୍ବ”ର ଅପସନ୍ ଲଗାଇ ଯେଭଳି ଏହି ସମସ୍ୟାରୁ ମୁକ୍ତି ପାଇଥିଲେ । ଠିକ୍ ସେହିଭଳି ସୋସିଆଲ୍ ମିଡିଆରେ ଆସୁଥିବା ବିଭିନ୍ନ ପ୍ରକାର ନୋଟିଫିକେସନରୁ ତ୍ରାହି ପାଇବା ପାଇଁ ଫେସବୁକ୍ ଏବେ ଏକ ନୂଆ ଫିଚର ଲଞ୍ଚ୍ କରିବାକୁ ଯାଉଛି । ଇନଷ୍ଟାଗ୍ରାମ୍ ମଧ୍ୟ ଡିଏନଡି ନାମକ ଗୋଟିଏ ଫିଚର ଲଞ୍ଚ୍ କରିଛି ଯେଉଁଥିରେ ଅନାବଶ୍ୟକ ନୋଟିଫିକେସନଠାରୁ ବ୍ୟବହାରକାରୀ ମୁକ୍ତି ପାଇବେ ।

ଏହି ନୂଆ ଫିଚର ଜରିଆରେ ୟୁଜର୍ସଙ୍କ ପାଖରେ ଏବେ ପୂର୍ବଠାରୁ ଅଧିକ କଣ୍ଟ୍ରୋଲ୍ ରହିବ । ଫେସବୁକ୍ ଆପରେ ଆପଣଙ୍କୁ ଏହି ଅସୁବିଧା ମିଳିବ ଯେଉଁଥିରେ ଆପଣ ସମୟ ନିର୍ଦ୍ଧାରିତ କରି ଆପଣଙ୍କ ନୋଟିଫିକେସନକୁ ଦେଖିପାରିବେ । ତେବେ ଆଣ୍ଡ୍ରୋଏଡ୍ ଏବଂ ଆଇଓଏସ୍ ଅପରେଟିଙ୍ଗ୍ ସିଷ୍ଟମରେ ଏହି ଫିଚର ଜଲଦି ଦେଖିବାକୁ ମିଳିବ ।

ଫେସବୁକର ସ୍ନୁଜ୍ ଫିଚର :

ଫେସବୁକରେ କିଛି ଦିନ ପୂର୍ବରୁ ସ୍ନୁଜ୍ ଫିଚର ଲଞ୍ଚ୍ ହୋଇଥିଲା ଯେଉଁଥିରେ ଆପଣ କାହାକୁ ବ୍ଲକ୍ ନ କରି ନୋଟିଫିକେସନକୁ ୩୦ ଦିନ ପର୍ଯ୍ୟନ୍ତ ହାଇଡ୍ କରିପାରିବେ ।

ଏହି ଉପାୟରେ କରନ୍ତୁ ଆକ୍ଟିଭେଟ୍ :

• ଆପକୁ ପ୍ରଥମେ ଖୋଲନ୍ତୁ ।

• ସ୍କ୍ରିନର ଡାହାଣ ପଟ ତଳେ ଥିବା ନୋଟିଫିକେସନ ବେଲ୍ ପାଖରେ ଥିବା ୩ ଲାଇନର ଆଇକନକୁ ସିଲେକ୍ଟ କରନ୍ତୁ ।

• ସେଟିଙ୍ଗ୍ ଏବଂ ପ୍ରାଇଭେସୀ ନଜର ଆସିଲେ ସେଟିଙ୍ଗକୁ ଚୁଜ୍ କରନ୍ତୁ ଏବଂ ନୋଟିଫିକେସନ ସେଟିଙ୍ଗକୁ ଯାଆନ୍ତୁ ।

• ପୁସ୍ ମେନ୍ୟୁକୁ ଖୋଲନ୍ତୁ ।

• ଏଠାରେ ଆପଣଙ୍କୁ “ଡୁ ନଟ୍ ଡିସଟର୍ବ”ର ଅପସନ୍ ଦେଖିବାକୁ ମିଳିଯିବ ।