ଅମିତ ଶାହଙ୍କ ମୋ ବୁଥ ସବୁଠୁ ମଜଭୁତକୁ ନବୀନଙ୍କ କାଉଁଟର ଆଟାକ୍ ! ବ୍ରହ୍ମପୁରରେ ବିଜେଡି ଆରମ୍ଭ କଲା ସାଧାରଣ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

30

କନକ ବ୍ୟୁରୋ : ଅମିତ ଶାହଙ୍କ ବୁଥ ଦଖଲ କାର୍ଯ୍ୟକ୍ରମର ଜବାବରେ ବିଜେଡିର ନୂଆ ରଣନୀତି । ୱାର୍ଡରୁ ୱାର୍ଡ ବୁଲି ନିଜେ ନବୀନ ଲୋକଙ୍କ ସହ ଆଲୋଚନା କରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ‘ମୋ ବୁଥ ସବୁଠୁ ମଜଭୁତ’ କାର୍ଯ୍ୟକ୍ରମ ଆରମ୍ଭ କରି ବିଜେପିକୁ ତ୍ରୁଣମୂଳ ସ୍ତରକୁ ନେବା ପାଇଁ ଚେଷ୍ଟା କରିଛନ୍ତି ।

ଏବଂ ଆହ୍ୱାନ ଦେଉଛନ୍ତି ୧୨୦ଆସନରେ ବିଜେପିକୁ ଜିତାଇବେ । ସେପଟେ ବିଜେଡି ଆଉ ଏକ ପାଦ ଆଗକୁ ଯାଇ ୱାର୍ଡ ସ୍ତରରେ ସାଧାରଣ ଲୋକ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପାଇଁ ବାଟ ବାହାର କରିଛି । ୱାର୍ଡ ସ୍ତରରେ ସାଧାରଣ ଲୋକଙ୍କ ସହ ଭେଟି ଆଲୋଚନା କରିବେ ନବୀନ । ଗୋଟିଏ ପଟେ ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ଅନ୍ୟପଟେ ବିଜେଡିର ମୁକାବିଲା ମୁଳକ ରଣନୀତି ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି ।

ସୂଚନାଯୋଗ୍ୟ,୨୦୧୯କୁ ଟାର୍ଗେଟ କରି ବିଜେପି ରଣନୀତକୁ ମାତ ଦେବା ପାଇଁ ବିଜେଡ଼ି ଏପରି ପଦକ୍ଷେପ ନେଉଥିବା ସୂଚନା । ତେବେ, ଏନେଇ ଗତ ଜୁନ ମାସରେ ତୃଣମୁଳ ସ୍ତରରୁ ସଂଗଠନକୁ ସଜାଡିବା ପାଇଁ ଗାଁ ମୁହାଁ ହୋଇଥିଲେ ବିଜେପି ନେତା । ‘ମୋ ବୁଥ୍ ସବୁଠୁ ମଜଭୁତ୍’ କାର୍ୟ୍ୟକ୍ରମର ଅଂଶବିଷେଶ ବିଜେପିର ହେଭିୱେଟ ନେତା ମାନେ ଗାଁ ଗାଁରେ ପହଂଚିଥିଲେ ଏବଂ ଲୋକଙ୍କ ସହ ମିଶାଇବା ପାଇଁ ଚେଷ୍ଟା କରିଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ବ୍ରହ୍ମପୁର ଯାଇ ସେଠାରେ ‘ମୋ ବୁଥ୍ ସବୁଠୁ ମଜଭୁତ୍’ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।