ଭିଟାମିନରେ ଭରପୁର ଏହି ସବୁ ପରିବାର ଚୋପା ! ଭୁଲରେ ବି ଫିଙ୍ଗନ୍ତୁ ନାହିଁ

137

ସ୍ୱାସ୍ଥ୍ୟ ପାଇଁ ଉପକାରୀ ସବୁଜ ପନି ପରିବା । ହେଲେ ଅଧିକାଂଶ ଲୋକ ପରିବା ଚୋପାକୁ ଅଦରକାରୀ ଭାବି ଫୋପାଡି ଦିଅନ୍ତି  । କିନ୍ତୁ ଏମିତି କିଛି ପରିବା ଅଛି ଯାହାର ଚୋପାରେ ପ୍ରଚୁର ପରିମାଣର ଭିଟାମିନ୍ ରହିଛି  । ଯାହା  ଆମ ଶରୀରକୁ ନିରୋଗ ରଖିବାରେ ସାହାଯ୍ୟ କରିଥାଏ । ଏବେ ଜାଣନ୍ତୁ ସେପରି କିଛି ପରିବା ବିଷୟରେ ଯାହାର ଚୋପା ଶରୀରକୁ ନିରୋଗ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ  ।

ଆଳୁ ଚୋପା : ଅଧିକାଂଶ ଲୋକ ଆଳୁ ଚୋପା ଫିଙ୍ଗି ଦେଇଥାନ୍ତି  । କିନ୍ତୁ ଜାଣି ଆଶ୍ଚଯ୍ୟ ହେବେ ଆଳୁ ଠାରୁ ଅଧିକ ରୋଗପ୍ରତିରୋଧକ ଶକ୍ତି ରହିଛି ଆଳୁ ଚୋପାରେ । ଆଳୁ ଚୋପାରେ କ୍ୟାଲ୍‌ସିୟମ, ଭିଟାମିନ ବି, ସି, ଆଇରନ ଆଦି ରହିଛି । ଦେହରେ ଭିଟାମିନ ଏ ଅଭାବ ହୋଇଥିଲେ ଆଳୁ ଚୋପା ଖାଇ ପାରିବେ । ଆଳୁ ଚୋପା ଖାଇଲେ ଆଖି ଶକ୍ତି ଓ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ।

ଗାଜର ଚୋପା : ଗାଜର ଚୋପାରେ ରହିଛି ଭିଟାମିନ ବି ୬, ସି ଓ ଏ, ମ୍ୟାଗ୍ନେଶିୟମ, ପୋଟାସିୟମ ସହ ଫାଇଟ୍ରୋ ନ୍ୟୁଟ୍ରିଏଣ୍ଟସ୍‌ । ଆଖିର ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ ଗାଜର ଚୋପା । ଏହାସହ ଗାଜର ଚୋପାରେ କ୍ୟାନସର ପ୍ରଭାବ ମଧ୍ୟ କମ୍‌ ହୋଇଥାଏ । ଗାଜର ଚୋପା କ୍ୟାନସର କୋଷିକାକୁ ବଢ଼ିବାକୁ ଦିଏନି ।

ସେଓ ଚୋପା : ସେଓରେ ଭରପୁର ମାତ୍ରାରେ ମିନେରାଲ ଓ ଭିଟାମିନ ରହିଛି । ଏହା ସହ ସେଓ ଚୋପାରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି । ସେଓରେ ଥିବା ଫାଇବର ଶରୀରର ଖରାପ କୋଲେଷ୍ଟ୍ରୋଲ୍‌ ଓ ବ୍ଲଡ ସୁଗାର କମ୍‌ କରେ । ଚୋପା ସହତ ସେଓ ଖାଇବା ବେଳେ ଭଲ ଭାବରେ ଧୋଇ ଦିଅନ୍ତୁ ।

ବାଇଗଣ ଚୋପା : ବାଇଗଣ ଚୋପାରେ ପୌଷ୍ଟିକ ତତ୍ତ୍ୱ ଭରପୁର ରହିଛି । ଏହା ବି ମସ୍ତିଷ୍କ କ୍ୟାନ୍‌ସର ପ୍ରଭାବ କମାଇଥାଏ । ବାଇଗଣ ଚୋପା ଖାଇଲେ ବୟସ ମଧ୍ୟ କମ୍‌ ଜଣାପଡେ ।

କାକୁଡି ଚୋପା : କାକୁଡି ସହ କାକୁଡି ଚୋପା ଖାଇଲେ ଶରୀରରେ କ୍ୟାଲସିୟମ୍, ଫସଫରସ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଭିଟାମିନ୍ ଏବ ଏବଂ ଭିଟାମିନ୍ କେର ଅଭାବ ପୂରା ହୋଇଥାଏ  ।