ସାଲେପୁର ନିଶ୍ଚନ୍ତକୋଇଲିରେ ନବନିର୍ମାଣ କୃଷକ ସଂଗଠନର ଆନ୍ଦୋଳନ ! ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ ଦାବିରେ ବ୍ଲକ ସ୍ତରୀୟ ବିକ୍ଷୋଭ

30

କନକ ବ୍ୟୁରୋ : ସାଲେପୁର ନିଶ୍ଚିନ୍ତ କୋଇଲିରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ । ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୁଲ୍ୟ ସୁରକ୍ଷା ଭତ୍ତା ହିସାବରେ ୫ ହଜାର ଟଙ୍କା  ଓ ସମ୍ମାନ ଦାବିରେ ବିକ୍ଷୋଭ କରାଯାଉଛି । ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବ୍ଲକ ସ୍ତରୀୟ ବିକ୍ଷୋଭ କରାଯାଉଛି । ନବ ନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ।

ଗତ ମାସରେ ବାଦାମର ସହାୟକ ମୂଲ୍ୟ ବୃଦ୍ଧି ଓ ଅଭାବୀ ବିକ୍ରିକୁ ନେଇ ଚଣ୍ଡିଖୋଲରେ ଆନ୍ଦୋଳନ କରିଥିଲା ନବନିର୍ମାଣ କୃଷକ ସଂଗଠନ । ପରେ ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂହଙ୍କ ସହ ଆଲୋଚନା କରି ବାଦାମ କିଣିବା ଅବଧି ବୃଦ୍ଧି କରିବାକୁ ଜଣାଇଥିଲେ ।

କେନ୍ଦ୍ର ସରକାର ବାଦମ କିଣିବା ସମୟ ବୃଦ୍ଧି କରିବା ପରେ ପ୍ରତିକ୍ରିୟା ରଖିଥିଲେ ନବନିର୍ମାଣ କୃଷକ ସଂଗଠନର ପରାମର୍ଶଦାତା ସୌମ୍ୟ ରଂଜନ ପଟ୍ଟନାୟକ । କହିଥିଲେ, ଯଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷିମନ୍ତ୍ରୀଙ୍କ ସହ ଆଲୋଚନା କରି ବାଦାମ ବିକ୍ରିର ଅବଧୀ ବଢାଇ ପାରିଲେ, ତେବେ କୃଷକଙ୍କ ଅନ୍ୟ ଦାବି ବାବଦରେ କାହିଁକି କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରୁନାହାଁନ୍ତି ।